Friday, October 2, 2026
22.9 C
Odisha

    ପ୍ରେମ ପାଇଁ ଜୀବନ ହାରିଲେ କିଟ କଲେଜରେ ନେପାଳୀ ଛାତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱରର ପଟିଆ ସ୍ଥିତ କିଟ୍ କଲେଜରେ ଦେଖିବାକୁ ମିଳିଛି ଉତ୍ତେଜନା। ଶିକ୍ଷାନୁଷ୍ଠାନରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ ଅନ୍ୟ ନେପାଳୀ ଛାତ୍ର କରିଛନ୍ତି ଉନ୍ମକ୍ତକାଣ୍ଡ। ପ୍ରଥମେ ଛାତ୍ରୀଙ୍କୁ ଅସଦାଚରଣ ପରେ ଜୀବନ ହାରିଲେ ଛାତ୍ରୀ। ଏ ଅଭିଯୋଗ ଆସିବା ପରେ ଗତକାଲି ବିଳମ୍ୱିତ ରାତିରେ କ୍ୟାମ୍ପସ ପରିସରରେ ଉତ୍ତେଜନା ଦେଖାଦେଇଥିଲା। କିଛି ଛାତ୍ର କ୍ୟାମ୍ପସ ଭିତରେ ପଶି ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

    କିଟ୍ କଲେଜର ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ତେଣୁ କ୍ୟାମ୍ପସ ଛାଡିବାକୁ ନେପାଳୀ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛି କିଟ୍ । ହେଲେ ଏବେଯାଏଁ ଛାତ୍ରୀଙ୍କ ମୃତ୍ୟୁ ଉପରୁ ପରଦା ହଟି ନଥିବା ବେଳେ, ପ୍ରେମ ପାଇଁ ଛାତ୍ରୀ ଜଣକ ଜୀବନ ହାରିଥାଇ ପାରନ୍ତି ବୋଲି କୁହାଯାଉଛି। ହେଲେ ଅନ୍ୟପଟେ ଅଭିଯୋଗ ଆସିଛି କି ଛାତ୍ରୀ ଜଣଙ୍କୁ ଅସଦାଚରଣ କରାଯାଇଥିଲା। ଯାହାପରେ ସେ ଆତ୍ମହତ୍ୟା କରିଛନ୍ତି। ହତ୍ୟା ସନ୍ଦେହରେ ମୃତ ଛାତ୍ରୀଙ୍କ ରୁମକୁ ଯାଇ ଖୋଳତାଡ଼ କରୁଛି ସାଇଣ୍ଟିଫିକ୍ ଟିମ୍। ମୃତ ଛାତ୍ରୀର ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ। ସେପଟେ କିଟରେ ଉତ୍ତେଜନା ପରେ ସଫେଇ ରଖିଛନ୍ତି କିଟ୍ କଲେଜର କୂଳ ସଚିବ। କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ଅଭିଯୁକ୍ତ ଛାତ୍ରଙ୍କ ସହ ମୃତ ନେପାଳୀ ଛାତ୍ରୀଙ୍କ ଥିଲା ପ୍ରେମ ସମ୍ପର୍କ। ମନୋମାଳିନ୍ୟରୁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାରେ ଅଭିଯୁକ୍ତ ଛାତ୍ରକୁ ଗିରଫ କରି ତଦନ୍ତ କରୁଛି ପୋଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ