Sunday, June 29, 2025
24.5 C
Odisha

    ପ୍ରୟାଗରାଜ ଯିବା ପାଇଁ ଆକାଶଛୁଆଁ ବିମାନ ଟିକେଟ୍: ହଜାର ହଜାର ଟଙ୍କା ବଢିଲା ଟିକେଟ୍ ଦର

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ଆକାଶଛୁଆଁ ବିମାନ ଟିକେଟ୍ ମୂଲ୍ୟ । ମହାକୁମ୍ଭ ପାଇଁ ଟିକେଟ୍ ମୂଲ୍ୟ ଏକ ଗୁଣା କି ଦୁଇ ଗୁଣା ନୁହେଁ ଏକାଥରେ ୧୨ ଗୁଣା ବଢି ଯାଇଛି । ଫେବୃୟାରୀ ୨୬ରେ ମହାକୁମ୍ଭ ଶେଷ ହେଉଥିବାରୁ ବିମାନ ଟିକେଟର ମୂଲ୍ୟ ମହଙ୍ଗା ହୋଇଛି । ଯାହା ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ବଡ ଚିନ୍ତାର କାରଣ ପାଲଟିଛି ।ବିମାନରେ ଦିଲ୍ଲୀରୁ ପ୍ରୟାଗରାଜ ମାତ୍ର ୩ ହଜାର ଟଙ୍କା ପଡୁଥିବା ବେଳେ ଏବେ ସେହି ଦର ୩୮ରୁ ୪୨ ହଜାର ଟଙ୍କା ଦେଖାଉଛି । ଆଉ ୪ ଦିନ ପରେ ସରିଯିବ ମହାକୁମ୍ଭ । ତେଣୁ ଏହି ୪ ଦିନ ପାଇଁ ଟିକେଟ ଦର ଆକାଶଛୁଆଁ ରହିଥିବା ବେଳେ ୨୬ ଫେବୃୟାରୀ ପରେ ବିମାନ ଟିକେଟ୍ ମୂଲ୍ୟ ମାତ୍ର ୩ ହଜାର ଟଙ୍କା ଦେଖାଉଛି ।

    ତେବେ ଶିବରାତ୍ରୀ ଦିନ ମହାକୁମ୍ଭ ଶେଷ ହେଉଥିବା ବେଳେ ଏହା ଶେଷ ସପ୍ତାହ ହୋଇଥିବାରୁ ପ୍ରୟାଗରାଜକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଲକ୍ଷ ଲକ୍ଷ ଭକ୍ତ ସଂଗମରେ ପବିତ୍ର ବୁଡ ପକାଉଥିବା ବେଳେ ଆଜି ସକାଳ ୧୦ଟା ସୁଦ୍ଧା ୫୨ ଲକ୍ଷ ଲୋକ ବୁଡ ପକାଇ ସାରିଲେଣି । ଆଉ ଏଯାଏଁ ମହାକୁମ୍ଭରେ ମୋଟ ୫୯.୬୧ କୋଟି ଶ୍ରଦ୍ଧାଳୁ ବୁଡ ପକାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    83 %
    5.2kmh
    100 %
    Sun
    26 °
    Mon
    25 °
    Tue
    30 °
    Wed
    32 °
    Thu
    31 °

    ସମ୍ବନ୍ଧିତ