Wednesday, October 7, 2026
31.4 C
Odisha

    ପ୍ଲେବ୍ୟାକ୍ ସିଙ୍ଗିଙ୍ଗକୁ ଅଲବିଦା କହିଲେ ଅରିଜିତ, ପ୍ରଶଂସକ ହେଲେ ସ୍ତବ୍ଧ

    ଆଗକୁ ପଢନ୍ତୁ

    ପ୍ଲେବ୍ୟାକ୍ ସିଙ୍ଗିଙ୍ଗକୁ ଅଲବିଦା କହିଲେ ଅରିଜିତ । ଏଣିକି ଆଉ ଗୀତ ଗାଇବେନି ବଲିଉଡର ପ୍ରଖ୍ୟାତ କଣ୍ଠଶିଳ୍ପୀ ଅରିଜିତ ସିଂ । ଏନେଇ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଘୋଷଣା କରିଛନ୍ତି ନିଜେ ଅରିଜିତ ସିଂ । କହିଛନ୍ତି ଯେ ମୁଁ ଏବେ ବୋର୍ ହୋଇଗଲିଣି, ଆଉ ଗୀତ ଗାଇବିନି! । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ସଙ୍ଗୀତର ଜଣେ ବଡ଼ ପ୍ରଶଂସକ ଏବଂ ସେ ନିଜେ କିଛି ନୂଆ ଶିଖିବାକୁ ଏବଂ ସ୍ୱାଧୀନ ଭାବେ ସଙ୍ଗୀତ ତିଆରି କରିବାକୁ ଚାହୁଁଛନ୍ତି।

    ଏବେ କାମ କରି କରି ‘ବୋର୍’ ହୋଇଗଲେଣି ଏବଂ ନିଜ ଖୁସି ପାଇଁ ଅନ୍ୟ ପ୍ରକାରର ସଙ୍ଗୀତ ତିଆରି କରିବାକୁ ଚାହୁଁଛି ବୋଲି ଅରିଜିତ କହିଛନ୍ତି । ତେବେ ଯେଉଁ ସବୁ ଗୀତ ପାଇଁ ସେ ପୂର୍ବରୁ ଚୁକ୍ତି କରିଛନ୍ତି, ସେଗୁଡ଼ିକୁ ସେ ଶେଷ କରିବେ। ତେଣୁ ଚଳିତ ବର୍ଷ ତାଙ୍କର କିଛି ନୂଆ ଫିଲ୍ମ ଗୀତ ଶୁଣିବାକୁ ମିଳିପାରେ। ଅରିଜିତ ସିଂହଙ୍କ ଅବସର ଘୋଷଣା ପରେ ତାଙ୍କ ପ୍ରଶଂସକମାନେ ସ୍ତବ୍ଧ ହୋଇଯାଇଛନ୍ତି।

    ସୋସିଆଲ ମିଡିଆରେ ଅନେକେ ଏହାକୁ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟେଷ୍ଟ ଅବସର ସହ ତୁଳନା କରିଛନ୍ତି। ବଲିଉଡରେ ଦୀର୍ଘ ଦଶନ୍ଧି ଧରି ସେ ଶ୍ରେଷ୍ଠ ଗାୟକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତେବେ ସେ କେବଳ ଫିଲ୍ମ ପାଇଁ ଗୀତ ଗାଇବା ବନ୍ଦ କରୁଛନ୍ତି, କିନ୍ତୁ ସଙ୍ଗୀତ ଛାଡୁ ନାହାଁନ୍ତି। ସେ ନିଜସ୍ୱ ଆଲବମ୍ ଏବଂ ସ୍ୱାଧୀନ ସଙ୍ଗୀତ କ୍ଷେତ୍ରରେ କାମ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ