Sunday, April 5, 2026
25.5 C
Odisha

    ଫରେଷ୍ଟଗାର୍ଡଙ୍କୁ ମାଡ଼ ମାରିଲେ ଗ୍ରାମବାସୀ

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଓ ପଟିଆ ସେକ୍ସନ ଅଧୀନରେ ଥିବା ରଣ୍ଡା ବିଟ୍‌ ହାଉସ୍‌ରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏ ନେଇ ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଘଟଣାରୁ ଜଣାପଡ଼ିଛି ଯେ, ରଣ୍ଡା ବିଟ୍‌ ହାଉସ୍‌ରେ କାର୍ଯ୍ୟରତ ଭବାନୀ ପ୍ରସାଦ ପଟ୍ଟନାୟକଙ୍କୁ କିଛି ଗ୍ରାମବାସୀ ମାଡ଼ ମାରିଛନ୍ତି। ଫଳରେ ଗାର୍ଡ ଜଣଙ୍କ ଆହତ ହୋଇଛନ୍ତି। ରଣ୍ଡା ବିଟ୍‌ ହାଉସ୍‌ରେ କାର୍ଯ୍ୟରତ ଫରେଷ୍ଟଗାର୍ଡ ଭବାନୀ ପ୍ରସାଦ ପଟ୍ଟନାୟକଙ୍କୁ ଗ୍ରାମବାସୀ ବାଲିମାଫିଆ ବୋଲି ସେମାମାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ରଣ୍ଡା ଗ୍ରାମବାସୀ କହିବା ଅନୁଯାୟୀ, ରଣ୍ଡା ଗ୍ରାମରେ କେହି ବ୍ୟକ୍ତି ଘର କରିବା ପାଇଁ ସ୍ଥାନୀୟ ଏକ ଗଛପତ୍ର ନାଳରୁ ବାଲି ଆଣି ଘର କରିଥାନ୍ତି, କିନ୍ତୁ ଏହି ଫରେଷ୍ଟଗାର୍ଡ ଜଣଙ୍କ ଗ୍ରାମବାସୀଙ୍କୁ ହଇରାଣ ହରକତ କରୁଥିବା ବେଳେ କୁକୁଡ଼ା ଓ ପଇସାପତ୍ର ମଧ୍ୟ ମାଗିଥାନ୍ତି। ମଦ୍ୟପାନ କରି ଗ୍ରାମବାସୀଙ୍କୁ ଭୟଭୀତ କରି ଝିଅ ବୋହୂଙ୍କ ଖରାପ ନଜରରେ ଦେଖିବା ସହ ଅନ୍ୟ ଗ୍ରାମକୁ ବାଲି ବିକ୍ରିକରି ୫୦୦/ ୧୦୦୦ ଟଙ୍କା ଆଦାୟ କରିଥାନ୍ତି। ଆଜି ଅନ୍ୟ ଗ୍ରାମକୁ ବାଲି ଚାଲାଣ ହେଉଥବା ସମୟରେ ଗ୍ରାମର ସନ୍ତୋଷ ବରାଳ ଉକ୍ତ ଗାର୍ଡଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଗାର୍ଡ ଜଣଙ୍କ ଅତ୍ୟଧିକ ମଦ୍ୟପାନ ହେତୁ ଏକ ଗଛରେ ବାଡେଇ ହୋଇଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଫରେଷ୍ଟଗାର୍ଡ ଚାନ୍ଦପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ଦେବାକୁ ମନାକୁ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ