Thursday, October 15, 2026
23.8 C
Odisha

    ଜୀବନ୍ତ ମଣିଷକୁ ମୃତଦେହ ଭାବି ପୋଷ୍ଟମର୍ଟମ କରିବାକୁ ଦେଲେ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ବିହାରର ଅରରିଆରେ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ରେଳ ଷ୍ଟେଶନରେ କମ୍ବଳ ଘୋଡେଇ ଶୋଇଥିବା ବେଳେ ରେଳ ବିଭାଗର ସଫେଇ କର୍ମଚାରୀମାନେ ତାଙ୍କୁ ଉଠିବାକୁ ଡାକିଥିଲେ। ହେଲେ ତାଙ୍କ ଶରୀରରେ ହଲଚଲ ନଜର ଆସି ନ ଥିଲା। ସେମାନେ ଏନେଇ ଷ୍ଟେଶନ ମାଷ୍ଟର ମନୋଜ କୁମାର ଝାଙ୍କୁ ଦେଇଥିଲେ। ପରେ ଷ୍ଟେଶନ ମାଷ୍ଟରଙ୍କ ନିୟମ ଅନୁସାରେ କାଗଜପତ୍ର କାମ ସରିବା ପରେ ମୃତଦେହକୁ ପୋଷ୍ଟମର୍ଟମ କରିବା ଲାଗି ଡେଥ୍‌ ମେମୋ ରେଳ ଜିଆର୍‌ପିକୁ ପଠାଯାଇଥିଲା। ଜୋଗବନି ଷ୍ଟେଶନର ଥାନା ଅଧ୍ୟକ୍ଷ ନୀତିଶ କୁମାର ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଠାଇ ପୋଷ୍ଟ ମର୍ଟମ ପାଇଁ ନେବାକୁ କହିଥିଲେ। ହେଲେ ହଠାତ ଉକ୍ତ ମହିଳାଜଣଙ୍କ ଉଠି ବସି ଯାଇଥିଲେ। ଏହା ଦେଖି ପୋଲିସ ସହ ଆଖପାଖର ଯାତ୍ରୀ ଚକିତ ହୋଇଯାଇଥିଲେ। ଦେଖିବାରେ ମହିଳାଜଣଙ୍କ ଅସୁସ୍ଥ ନଜର ଆସୁଥିଲେ। ସେ କିଛି କହିପାରୁ ନ ଥିଲେ। ଏହାପରେ ଯାତ୍ରୀମାନେ ଆକ୍ରୋଶରେ ରେଳ ବିଭାଗ କର୍ମଚାରୀଙ୍କୁ ସମାଲୋଚନା କରିଥିଲେ। ଅପରପକ୍ଷେ ଷ୍ଟେଶନୂ ମାଷ୍ଟର ମନୋଜ ସଫେଇ କର୍ମଚାରୀଙ୍କୁ ଜୋରଦାର ଗାଳି ଦେଇଥିଲେ। ତାଙ୍କର ଭୁଲ ଯୋଗୁ ସେ ଜୀବିତ ମହିଳାଙ୍କୁ ମୃତ ବୋଲି ଭାବି ନେଇଥିଲେ। ଷ୍ଟେଶନରେ ଡାକ୍ତରଙ୍କ କୌଣସି ବ୍ୟବସ୍ଥା ନାହିଁ। ନଚେତ ସେ ଡାକ୍ତରଙ୍କୁ ନିଶ୍ଚିତ ଦେଖାଇଥାନ୍ତେ ବୋଲି କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    90 %
    1kmh
    99 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ