Sunday, May 31, 2026
27.5 C
Odisha

    ଭାରତୀୟ ସେନାଙ୍କୁ ବଡ଼ ସଫଳତା, ଜାରି ରହିଛି ସର୍ଚ୍ଚ ଅପରେସନ୍

    ଆଗକୁ ପଢନ୍ତୁ

    ଜମ୍ମୁ କାଶ୍ମୀର : ଭାରତୀୟ ସେନା, ସିଆରପିଏଫ ଏବଂ ଜମ୍ମୁ କାଶ୍ମୀର ପୋଲିସଙ୍କ ଦ୍ବାରା ହୋଇଥିବା ମିଳିତ ଅପରେସନରେ ସୁରକ୍ଷା ବାହିନୀ କାଠୁଆ ଜିଲ୍ଲାରେ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି । ଏନକାଉଣ୍ଟର ପରେ ମଧ୍ୟ ଏକ ସର୍ଚ୍ଚ ଅପରେସନ ଜାରି ରହିଛି । ନିହତ ଆତଙ୍କବାଦୀ ଜୈଶ-ଏ-ମହମ୍ମଦ (ଜେଇଏମ) ସହିତ ଜଡିତ ବୋଲି ପୋଲିସ କହିଛି । ବିଶେଷ ସୂଚନା ମିଳିବା ମାତ୍ରେ ସେହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଆତଙ୍କବାଦୀକୁ ଚିହ୍ନଟ କରିବା ପରେ ସୁରକ୍ଷା ବାହିନୀ ସେହି ଆତଙ୍କବାଦୀକୁ ଏନକାଉଣ୍ଟର କରିଥିବା କୁହାଯାଉଛି ।

    ସୂଚନାନୁଯାୟୀ, ଗୁରୁବାରଦିନ ସକାଳେ ଚାଟରୁର ସିଙ୍ଗପୁରା ନିକଟସ୍ଥ ଆରିଗାମ ଦ୍ଵାଥର ଅଞ୍ଚଳରେ ପାକିସ୍ତାନୀ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଜଣେ ସୈନିକ ଆହତ ହୋଇଥିଲେ । ତାଙ୍କୁ ଉଧମପୁରର କମାଣ୍ଡ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.5 ° C
    27.5 °
    27.5 °
    60 %
    2.7kmh
    49 %
    Sun
    26 °
    Mon
    38 °
    Tue
    40 °
    Wed
    41 °
    Thu
    42 °

    ସମ୍ବନ୍ଧିତ