Saturday, April 4, 2026
29.2 C
Odisha

    ଫେବୃଆରୀ ୯ରେ ‘ପ୍ରୟାସ’ ପକ୍ଷରୁ ଆୟୋଜିତ ହେବ ୧୧ତମ ସାମୂହିକ ବିବାହ ମହୋତ୍ସବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସାମ୍ପ୍ରତିକ ସମାଜରେ ବିବାହ ଏକ ମହତ୍ୱପୂର୍ଣ୍ଣ ଘଟଣା । ପରିବାରର ଅସହମତି, ଯୌତୁକ ଅସଙ୍ଗତି, ଅନାବଶ୍ୟକ ସାମାଜିକ ପ୍ରଥା, ବୈବାହିକ ଉତ୍ତରଦାୟିତ୍ୱ ସଂପର୍କରେ ଅନଭିଜ୍ଞତା, ଝିଅମାନଙ୍କୁ ସାମଗ୍ରୀ କରିବାର ଅଭିପ୍ରାୟ ଓ ମନସ୍ତାତ୍ତ୍ୱିକ ତାଳମେଳର ଅଭାବ ଯୋଗୁ ବିବାହ ହୋଇପାରୁ ନାହିଁ। କିମ୍ବା ହେଲେ ଚିରସ୍ଥାୟୀ ହୋଇପାରୁ ନାହିଁ । ଏଣୁ ପ୍ରତିକାର ସ୍ୱରୂପ ନବବଧୂକୁ ସଚେତନ କରାଇବା, ଆର୍ଥିକ ଅନଗ୍ରସରମାନଙ୍କୁ ପ୍ରାଧାନ୍ୟ ଦେବା, ଯୌତୁକ ବିରୋଧରେ ସଚେତନତା ତଥା ଶିକ୍ଷିତ ବାତାବରଣ ସୃଷ୍ଟି କରିବା ଓ ବିବାହକୁ ରେଜିଷ୍ଟ୍ରିଭୁକ୍ତ କରିବାର ଅଙ୍ଗୀକାରବଦ୍ଧତାକୁ ଆପଣାଇ ଏକ ସୁସ୍ଥ, ଚିରସ୍ଥାୟୀ ଓ ବୁଝାମଣାପୂର୍ଣ୍ଣ ବୈବାହିକ ଜୀବନର ଲକ୍ଷ୍ୟ ହାସଲ କରିବା ପ୍ରୟାସର ଧ୍ୟେୟ ।ପ୍ରୟାସ ଦୀର୍ଘ ୧୦ବର୍ଷ ମଧ୍ୟରେ ୨୫୦ଟି ସାମୂହିକ ବିବାହ ସଫଳତାର ସହ ଆୟୋଜନ କରିସାରିଛି ଏବଂ ଆଗକୁ ଆହୁରି ପ୍ରୟାସ ଜାରି ରଖିବ । ସମାଜର ସବୁବର୍ଗ, ଗୋଷ୍ଠୀ, ଜାତି ତଥା ବିଧବା, ଅକର୍ମଣ୍ୟ, ଅବହେଳିତଙ୍କୁ ଏକାଠି କରି ସାମୂହିକ ବିବାହକୁ ଏକ ସାମାଜିକ ମହୋତ୍ସବର ମାନ୍ୟତା ଦେବାକୁ ପ୍ରୟାସ ଏକ ପ୍ରୟାସ କରିଛି ।୮ ଫେବୃଆରୀ ୨୦୨୫ ଶନିବାର ସନ୍ଧ୍ୟାରେ ମଙ୍ଗନ, ମେହେନ୍ଦୀ ଓ ସଂଗୀତ କାର୍ଯ୍ୟକ୍ରମ ଏବଂ ୯ ଫେବୃଆରୀ ୨୦୨୫ ଦିନ ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଏକ ସାମୂହିକ ବିବାହ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଆବେଦନ କରିଥିବା ବରବଧୂ, ସେମାନଙ୍କ ପରିବାରର ଉପସ୍ଥିତିରେ ବିବାହ ସଂପନ୍ନ ହେବା ସହ ଆଇନ ଅନୁଯାୟୀ ରେଜିଷ୍ଟ୍ରଭୁକ୍ତ ହେବେ ।

    ପାରମ୍ପରିକ ବିବାହ ପ୍ରଥାକୁ ସାମୂହିକ, ଅର୍ଥ ପ୍ରାବଲ୍ୟହୀନ ଓ ନିରାଡମ୍ବର କରି ଏକ ନୂତନ ସାମାଜିକ ଚେତନା ଉଦ୍ରେକ ଦ୍ୱାରା ଯୁବଗୋଷ୍ଠୀ ମଧ୍ୟରେ ବିବାହର ଏକ ମର୍ଯ୍ୟାଦାପୂର୍ଣ୍ଣ ଅର୍ଥ ଉପସ୍ଥାପନ କରିବାକୁ ପ୍ରୟାସ ଉଦ୍ୟମ କରିଛି । ୧୧ତମ ବିବାହ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଅଭ୍ୟର୍ଥନା କମିଟିର ଆବାହକ ତଥା ଶିକ୍ଷାବିତ୍ ଡକ୍ଟର ବଦ୍ରିନାଥ ପଟ୍ଟନାୟକ କହିଛନ୍ତି ।ଅନ୍ୟପକ୍ଷରେ ଏହି ଅବସରରେ ବିବାହ ପରମ୍ପରାରେ ଝିଅଙ୍କୁ ସୁନାଗହଣା ଦେବାର ଯେଉଁ ପ୍ରଥା ରହିଛି ତାକୁ ପ୍ରୟାସ ପକ୍ଷରୁ ବିରୋଧ କରାଯାଇଛି । ସୁନା ଏକ ପ୍ରତିପତ୍ତିର ମାପକାଠି ବୋଲି କୁହାଯାଉଛି । ଯୌତୁକକୁ ଯେପରି ବିରୋଧ କରାଯାଉଛି, ସେହିପରି ବିବାହରେ ସୁନାଗହଣାକୁ ବିରୋଧ କରାଯିବା ଉଚିତ ବୋଲି ମତ ରଖିଛନ୍ତି ସମାଜସେବୀ ନମ୍ରତା ଚଢା ।

    ସେ କହିଛନ୍ତି, ବର୍ତ୍ତମାନ ସୁନାର ରେଟ୍ ଯାହା ଗରିବ ଲୋକମାନେ ଯୌତୁକ ବାବଦରେ ଦେବା ସମ୍ଭବ ନୁହେଁ । ତେଣୁ ଏହାକୁ ସବୁ ମହଲରେ ବିରୋଧ କରାଯିବା ଉଚିତ । ତେବେ ଯେଉଁମାନେ ଏହି ସାମୂହିକ ବିବାହ ମାଧ୍ୟମରେ ବିବାହ କରିବାକୁ ଆଗ୍ରହୀ, ସେମାନେ ରାମମନ୍ଦିର ପରିସରରେ ସନ୍ଧ୍ୟା ୬ଟାରୁ ରାତି ୮.୩୦ ମଧ୍ୟରେ ଯୋଗାଯୋଗ କରିପାରିବେ କିମ୍ବା ଫୋନ୍ ନଂ-୯୮୬୧୦୬୧୯୮୮ରେ ଯୋଗାଯୋଗ କରିପାରିବେ ବୋଲି ପ୍ରୟାସ ଅଧ୍ୟକ୍ଷ ବନ ମହାନ୍ତି କହିଛନ୍ତି ।ପୂର୍ବାହ୍ନ ୧୧ଟାରେ ୟୁନିଟ୍‌-୨ ଆର୍ଯ୍ୟ ସଂସ୍କୃତି ମନ୍ଦିରଠାରୁ ୨୫ଜଣ ବର ବାହାରି ୟୁନିଟ୍‌-୩ସ୍ଥିତ ଶ୍ରୀରାମ ମନ୍ଦିରକୁ ବରାନୁଗମନ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପରିଚାଳକ ଡକ୍ଟର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସୁରେଶ କୁମାର ପତ୍ରି, କମଲ ମହାନ୍ତି, ସୂର୍ଯ୍ୟକୁମାର ପାତ୍ର, ଜୟନ୍ତ ମହାନ୍ତି, ସଂଗ୍ରାମ ମହାରଣା, କୌସ୍ତୁଭ ଦାସ, ପ୍ରେମ ଅଗ୍ରୱାଲ, ଯସ୍ମିନ ମହାନ୍ତି, କୌଶିକ ମହାନ୍ତି, ସୋନାଲୀ ପ୍ରିୟଦର୍ଶିନୀ, ଉମାକାନ୍ତ ତାଣ୍ଡି, ବୃନ୍ଦାବନ ପଢିଆରୀ ଓ ପପୁ ପଣ୍ଡତରାଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ନିଜର ସହଯୋଗର ହାତ ବଢାଇଛନ୍ତି ବୋଲି ପ୍ରୟାସର ଅଧ୍ୟକ୍ଷ ବନ ମହାନ୍ତି କହିବା ସହ ଜନସାଧାରଣଙ୍କୁ ସହଯୋଗର ହାତ ବଢାଇ ସାମାଜିକ ଉତ୍ତରଦାୟିତ୍ୱ ନିର୍ବାହନ କରିବାକୁ ସଶ୍ରଦ୍ଧ ଅନୁରୋଧ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    34 %
    1.5kmh
    98 %
    Sat
    38 °
    Sun
    37 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ