Wednesday, September 9, 2026
25.2 C
Odisha

    ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ଆସନ୍ତାକାଲି ସୃଷ୍ଟି ହେବ ଲଘୁଚାପ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ବାୟୁମଣ୍ଡଳରରୁ ପ୍ରାୟ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥିବା ସୂଚନା ମିଳିଛି । ପ୍ରଭାବରେ ଆସନ୍ତାକାଲି ଉତ୍ତରବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ଏହା ଦାନା ବାନ୍ଧିପାରେ । ଏହା ଫଳରେ ବଙ୍ଗୋପସାଗର ଉପରେ ବାଦଲ ସଂଗଠିତ ହେବା ସହ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିପାରେ । ତେବେ ଲଘୁଚାପ ସୃଷ୍ଟି ପରେ ଏହା କେଉଁ ଦିଗକୁ ଗତି କରିବ ଏବଂ କେତେ ଶକ୍ତିଶାଳୀ ହେବ, ତାହା ପରବର୍ତ୍ତୀ ପାଣିପାଗ ସ୍ଥିତିରୁ ଅଧିକ ସ୍ପଷ୍ଟ ହେବ । ଏବେ ନଜର ରହିଛି ଆଣ୍ଡାମାନ ସାଗରରୁ ବଙ୍ଗୋପସାଗର ଆଡ଼କୁ ହେଉଥିବା ପାଣିପାଗ ପରିବର୍ତ୍ତନ ଉପରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.2 ° C
    25.2 °
    25.2 °
    91 %
    1kmh
    100 %
    Wed
    26 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ