Wednesday, October 29, 2025
22.7 C
Odisha

    ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତ ଲହରୀ।ଏଣେ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏଥିପାଇଁ ୧୯ ଓ ୨୦ ତାରିଖରେ ପାଗ ମେଘୁଆ ରହିବ। କିଛି ସ୍ଥାନରେ ହାଲୁକା ଓ ବୁନ୍ଦା ବୁନ୍ଦା ବର୍ଷା ହୋଇପାରେ। ଆଜିରାତିରୁ ତାପମାତ୍ରା କ୍ରମଶଃ ବଢିବ। ଆଜି ଗଂଜାମ ଓ ଗଜପତିରେ ହାଲୁକା ବର୍ଷା ହୋଇପାରେ। ୧୮ ଓ ୧୯ ତାରିଖରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ଆସନ୍ତାକାଲି ଗଜପତି, ଗଂଜାମ , ପୁରୀରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୧୯ ତାରିଖରେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି, ରାୟଗଡା, କୋରାପୁଟ୍, ମାଲକାନଗିରି ଓ ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କୋରାପୁଟ୍ ଓ କନ୍ଧମାଳରେ ଘନ କୁହୁଡି ମଧ୍ୟ ଦୃଶ୍ୟମାନ ହୋଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    22.7 ° C
    22.7 °
    22.7 °
    98 %
    1.5kmh
    100 %
    Tue
    23 °
    Wed
    26 °
    Thu
    28 °
    Fri
    30 °
    Sat
    28 °

    ସମ୍ବନ୍ଧିତ