Tuesday, September 8, 2026
31.1 C
Odisha

    ଏମ୍ସରେ ଝୁଲିପଡିଲେ ବୃଦ୍ଧ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଏମ୍ସରେ ଫ୍ୟାନରେ ଗାମୁଛା ଲଗାଇ ବୃଦ୍ଧଜଣକ ଆତ୍ମହତ୍ୟା କରିଛନ୍ତି। ସନ୍ଦେହଜନକ ଭାବେ ଅର୍ଥୋପେଡିକ୍ ଓ୍ବାର୍ଡରୁ ବୃଦ୍ଧଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ବୃଦ୍ଧଙ୍କର ବୟସ 70 ବର୍ଷ ହୋଇଥିବା ବେଳେ ଯାଜପୁର ଜିଲ୍ଲାର ଅଟଳପୁର ଅଞ୍ଚଳରେ ତାଙ୍କ ଘର ବୋଲି ଜଣାପଡିଛି। କହିରଖୁଛୁ କି, ଶାରୀରିକ ସମସ୍ୟା ଯୋଗୁଁ ସେ ଡିସେମ୍ବର 5 ତାରିଖରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଥିଲେ। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇ ତାହାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ତେବେ ଏହି ଅର୍ଥୋପେଡିକ ଓ୍ବାର୍ଡରେ 50ରୁ ଅଧିକ ଲୋକ ରହିଥିଲେ। ମୃତକଙ୍କ ନାମ ଦିଲ୍ଲୀପ ସାହୁ। ତେବେ ଓ୍ବାର୍ଡରେ ନର୍ସ ଏବଂ ଡାକ୍ତର ରହିବା ସତ୍ତ୍ବେ ମଧ୍ୟ କିପରି ସେ ପ୍ରାଣ ହରାଇଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ବର୍ତ୍ତମାନ ନର୍ସଙ୍କ ଡ୍ୟୁଟି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖବର ପାଇ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.1 ° C
    31.1 °
    31.1 °
    64 %
    3.7kmh
    95 %
    Tue
    31 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ