Friday, May 15, 2026
26.3 C
Odisha

    ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ପଛରେ ବାଲି ମାଫିଆ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ବ୍ରହ୍ମପୁରରେ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ପଛରେ ବାଲି ମାଫିଆ । ବାହାରର ସୁପାରୀ କିଲରକୁ ବାଲି ମାଫିଆ ନିୟୋଜିତ କରିଥିବା ନେଇ ଚର୍ଚ୍ଚା ହେଉଛି । ହତ୍ୟା ପଛରେ ଗଞ୍ଜାମ ଜିଲ୍ଲାର ବାଲି ମାଫିଆଙ୍କ ସମ୍ପୃକ୍ତି ନେଇ ଅନୁମାନ କରାଯାଉଛି । ପୋଲିସ ଏଦିଗରେ ମଧ୍ୟ ତଦନ୍ତ କରୁଛି । ସୁପାରୀ କିଲର୍ କେଉଁଠୁ ଆସିଥିଲେ ? ଏହି ପେଶାଦାର ଅପରାଧୀ 9MM ପିସ୍ତଲରୁ ପଏଣ୍ଟ ବ୍ଲାଙ୍କରୁ ଗୁଳିମାଡ କରିଥିଲେ । ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାକୁ ଦୁଇଦିନ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଟେର୍ ପାଉନି ପୋଲିସ ।

    ସୁପାରି ଦେଇ ହତ୍ୟା କରାଯାଇଥିବା ସଂଦେହ କରାଯାଉଛି । ତଦନ୍ତ ପାଇଁ ତିନିଟି ଟିମ ଗଠନ ହୋଇଛି । ଘଟଣା ସ୍ଥଳରୁ ସାଇଣ୍ଟିଫିକ୍ ଟିମ ଗୁଳି ଓ ଖୋକା ସହ ଅନ୍ୟ ତଥ୍ୟ ସଂଗ୍ରହ କରିଛନ୍ତି । ଗୁଳିମାଡ଼ କରିଥିବା ଦୁଇ ପେଶାଦାର ଅପରାଧୀଙ୍କୁ କିଏ ନିୟୋଜିତ କରିଥିଲା ? ସେମାନେ ହତ୍ୟା ପୂର୍ବରୁ ରେକି କରିଥିବା ମଧ୍ୟ ସୂଚନା ମିଳିଛି । ପୀତବାସଙ୍କ ଗତିବିଧି ଉପରେ ନଜର ରଖିଥିଲେ । ତେବେ ବାଲି ମାଫିଆଙ୍କ ସହିତ ପୀତବାସଙ୍କର କଣ ଶତ୍ରୁତା ଥିଲା ତାହା ସ୍ପଷ୍ଟ ହୋଇନି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.3 ° C
    26.3 °
    26.3 °
    78 %
    2.5kmh
    100 %
    Thu
    27 °
    Fri
    42 °
    Sat
    42 °
    Sun
    43 °
    Mon
    46 °

    ସମ୍ବନ୍ଧିତ