Saturday, September 12, 2026
24 C
Odisha

    ବଜ୍ରାଘାତରେ ଜଳିଗଲା ତିନି ବଖରା ଘର

    ଆଗକୁ ପଢନ୍ତୁ

    ଭଦ୍ରକ : କାଳ ବୈଶାଖୀ ପ୍ରଭାବ ଯୋଗୁ ବଜ୍ରାଘାତରେ ଜଳିଗଲା ତିନି ବଖରା ଘର । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧୀନସ୍ଥ ଦହପାଣିଆ ଗାଁର ବିଷ୍ଣୁ ମୋହନ ମହାଳିକଙ୍କ ତିନି ବଖରା ଘର ଆଜି ବଜ୍ରାଘାତ ଯୋଗୁଁ ଜଳି ଯାଇଥିବା ଦେଖିବାକୁ ମିଳିଛି । ଗାଁ ଲୋକ ଓ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲାବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଥିଲେ । ତେବେ ସେତେବେଳକୁ ଘରଟି ସମ୍ପୂର୍ଣ୍ଣ ଜଳି ଯିବା ସହ ଘରର ଆବଶ୍ୟକ ଜିନିଷ ପତ୍ର ଜଳି ପୋଡ଼ି ନଷ୍ଟ ହୋଇ ଯାଇଛି । ଫଳରେ ପରିବାର ଲୋକେ ନାହିଁ ନଥିବା ଅବସ୍ଥାରେ ଖୋଲା ଆକାଶ ତଳେ ପଡିରହିଥିବା ଦେଖିବା ପାଇଁ ମିଳିଛି । ପ୍ରଶାସନ ତରଫରୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ଦାବି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    97 %
    2.2kmh
    100 %
    Fri
    24 °
    Sat
    25 °
    Sun
    30 °
    Mon
    31 °
    Tue
    30 °

    ସମ୍ବନ୍ଧିତ