Friday, April 3, 2026
36.1 C
Odisha

    ବଜ୍ରାଘାତରେ ୨ ବଳଦ ମୃତ

    ଆଗକୁ ପଢନ୍ତୁ

    ରାୟଗଡା   :    ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ନାରାୟଣପୁର ଓ ପଡ଼େଇକାନି ଗ୍ରାମରେ ବଜ୍ରାଘାତରେ ଦୁଇଟି ବଳଦଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ଶନିବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବରେ ପ୍ରବଳ ଘଡଘଡି ସହ ପବନ ବର୍ଷା ହୋଇଥିବାରୁ ଗଛ ମୂଳରେ ଥିବା ନାରାୟଣପୁର ଗ୍ରାମର ଗାଙ୍ଗାନା କାଡ୍ରାକାଙ୍କ ଗୋଟିଏ ବଳଦ ଓ ପଡ଼େଇକାନି ଗ୍ରାମର ରବୀନ୍ଦ୍ର କାଡ୍ରାକାଙ୍କ ଗୋଟିଏ ବଳଦର ମୃତ୍ୟୁ ହୋଇଛି। ଉଭୟ ବଳଦର ମୂଲ୍ୟ ପ୍ରାୟ ସତୁରୀ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏହାକୁ ନେଇ ପଶୁ ଚିକିତ୍ସକ ଓ ରାଜସ୍ୱ ନିରୀକ୍ଷକଙ୍କୁ ଜଣାଇଥିଲେ। ସନ୍ଧ୍ୟା ହୋଇଯାଇଥିବାରୁ ରବିବାର ସକାଳୁ ଘଟଣାସ୍ଥଳରେ ପଶୁ ଚିକିତ୍ସକ ବୀଚିତ୍ରା ନନ୍ଦ ସାହୁ ପହଞ୍ଚି ବ୍ୟବଚ୍ଛେଦ କରି ପୋତି ଦିଆଯିବ ବୋଲି କହିଛନ୍ତି।ଏହାର ରିପୋଟ ରାଜସ୍ୱ ଅଧିକାରୀ ବା ତହସିଲଦାରଙ୍କୁ ରିପୋର୍ଟ ଦେବା ପରେ  ସରକାରଙ୍କ ଠାରୁ ଯାହା ସହାୟତା ଆସିବ ସେହିମାନଙ୍କୁ ଯୋଗାଇ ଦିଆଯିବ ବୋଲି ପଶୁ ଚିକିତ୍ସକ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ