Monday, October 21, 2024
21.9 C
Odisha

    ବଞ୍ଚି ଥାଉଥାଉ ପୁଅର ମୁଣ୍ଡ କାଟିଥାନ୍ତା ବାପା, ଉଦ୍ଧାର କଲା ପୁଲିସ

    ଆଗକୁ ପଢନ୍ତୁ

    ବଲାଙ୍ଗିର: ୮ବର୍ଷର ପୁଅର ହାତଗୋଡ଼ ବାନ୍ଧି ଟ୍ରେନ ଲାଇନକୁ ଭିଡ଼ି ଆଣିଥିଲା ବାପା । ଅପେକ୍ଷା କରିଥିଲା କେତେବେଳେ ଟ୍ରେନ ଆସିବ । ପୁଣି ହାତରେ ଧରିଥାଏ ଏକ ଧାରୁଆ ଖଣ୍ଡା । ଟ୍ରେନ ଆସିବାରେ ବିଳମ୍ବ ହେଲେ ସେଠାରେ ହିଁ ପୁଅର ମୁଣ୍ଡ କାଟ କରିବ । ବାପାର ଏଭଳି ପିଶାଚ ପ୍ରକୃତି ଦେଖି ପ୍ରତ୍ୟକ୍ଷଦର୍ଶୀଙ୍କ ଛାତି ଥରିଯାଇଥିଲା । ସାମ୍ନାରେ ମୃତ୍ୟୁକୁ ଦେଖି ୮ବର୍ଷର ପୁଅର ସେ ଭୟଭୀତ ଚେହେରା ଦେହଥରା ଅବସ୍ଥା ଲୋମଟାଙ୍କୁରା ଥିଲା । ଏ ଘଟଣା ଯେତିକି ହୃଦୟ ବିଦାରକ ଥିଲା ଘଟଣା ପଛର କାରଣ ଆହୁରି ଆଶ୍ଚର୍ଯ୍ୟଜନକ ଅଟେ । ପାରିବାରିକ କଳହକୁ କେନ୍ଦ୍ର କରି ପୁଅକୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଅଭିଯୁକ୍ତ ବାପାକୁ ଗିରଫ କରିଛି ଟାଉନ ପୁଲିସ । ଗିରଫ ଅଭିଯୁକ୍ତ ଜଣକ ବଲାଙ୍ଗିର ସହର କଂସାରୀପଡ଼ାର ସଚିନ ଦାସ ବୋଲି ଜଣାପଡ଼ିଛି । ତେବେ ସଚିନ ତାଙ୍କ ସ୍ତ୍ରୀଙ୍କ ସହିତ ଝଗଡ଼ା କରି ରାଗ ସୁଝାଇବା ପାଇଁ ପୁଅକୁ ମାରିଦେବାକୁ ଉଦ୍ୟମ କରିବା ଭଳି ଏକ ଘଟଣା ବଲାଙ୍ଗିର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ବଲାଙ୍ଗିର ଏସ୍‌ଡିପିଓ ପ୍ରଦୀପ ସାହୁଙ୍କ କହିବା ଅନୁସାରେ ସଚିନ ଦାସ ଓ ତାଙ୍କର ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘଦିନରୁ ତିକ୍ତତା ରହିଛି । ଅନେକ ସମୟରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୁଏ । ସବୁଥର ଭଳି ଗତ ଶନିବାର ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ପୁଅକୁ ନେଇ ଚାଲିଯାଇଥିଲା ସଚିନ । କିଛି ସମୟ ପରେ ସେ ପରିବାର ଲୋକଙ୍କୁ ଫୋନ କରି ପୁଅକୁ ମାରିଦେବ ବୋଲି ଧମକ ଦେଇଥିଲା । ଏପରିକି ପୁଅର ହାତଗୋଡ଼ ବାନ୍ଧି ଟ୍ରେନ ଲାଇନରେ ବସାଇ ଏକ ଫଟୋ ପରିବାର ଲୋକଙ୍କୁ ପଠାଇଥିଲା । ଏନେଇ ଖବର ପାଇବା ପରେ ବଲାଙ୍ଗିର ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ôଚଥିଲା । ପୂର୍ବରୁ ସ୍ଥାନୀୟ ଲୋକେ ମଧ୍ୟ ତାକୁ ଘେରି ରହିଥିଲେ । ବଲାଙ୍ଗିର ଷ୍ଟେସନ ପଟୁ ଛାଡ଼ିବାକୁ ଥିବା ଏକ ଟ୍ରେନକୁ ଅଟକାଯାଇଥିଲା । ଶିଶୁକୁ ଉଦ୍ଧାର କରିବା ପରେ ଅଭିଯୁକ୍ତ ବାପାକୁ ବାନ୍ଧି ପୁଲିସ ଷ୍ଟେସନକୁ ଆଣିଥିଲା ଟାଉନ ପୁଲିସ । ତାକୁ ପଚରାଉଚୁରା କରିଥିଭାବେଳେ ରବିବାର ତାକୁ ଗିରଫ କରି ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରାଯାଇଥିଲା । ପରେ ତାକୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି । ସଚିନର ମାନସିକ ଅବସ୍ଥା ଠିକ ନଥିବା ମଧ୍ୟ କୁହାଯାଉଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.9 ° C
    21.9 °
    21.9 °
    89 %
    1.2kmh
    99 %
    Sun
    22 °
    Mon
    30 °
    Tue
    29 °
    Wed
    28 °
    Thu
    28 °

    ସମ୍ବନ୍ଧିତ