Saturday, April 11, 2026
37.2 C
Odisha

    ବଟେଶ୍ୱର ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ହଟିଲା କଟକଣା, ଲାଗିଲା ଭିଡ଼

    ଆଗକୁ ପଢନ୍ତୁ

    ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆଗଡ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବଟେଶ୍ଵର ମନ୍ଦିରର ବେଳା ଭୂମିକୁ ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛମାନଙ୍କ ସୁରକ୍ଷା ପାଇଁ ପର୍ଯ୍ୟଟକଙ୍କୁ ବେଳାଭୂମିକୁ ଆସିବାକୁ ବାରଣ କରାଯାଇଥିଲା। ଫଳରେ ପର୍ଯ୍ୟଟକମାନେ କିଛି ମାସ ହେଲା ବେଳାଭୂମି ଦେଖି ନପାରି ନିରାଶ ହୋଇ ଫେରୁଥିଲେ। ଏହି ସମସ୍ୟା ନେଇ ବଟେଶ୍ୱର ପରିଚାଳନା କମିଟି ପକ୍ଷରୁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ହେବା ପରେ ଗତ ସୋମବାର ଠାରୁ ପର୍ଯ୍ୟଟକମାନେ ବେଳାଭୂମି ଦର୍ଶନ କଟକଣାକୁ ହଟାଯାଇଛି। ଯାହାକୁ ନେଇ ଦୁଇ ଦିନ ହେଲା ପର୍ଯ୍ୟଟକମାନେ ଠାକୁର ଦର୍ଶନ ସାଙ୍ଗକୁ ବେଳାଭୂମିର ମଜା ନେଉଥିବା ଦେଖିବାକୁ ମିଳିଛି।

    ସୂଚନା ଯୋଗ୍ୟ ଯେ ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷାକୁ ନେଇ ଗଣଅଣ୍ଡା ଦାନ ପ୍ରକ୍ରିୟା ଓ ଅଣ୍ଡାରୁ ଛୁଆ ହୋଇ ସମୁଦ୍ରକୁ ଯିବା ପର୍ଯ୍ୟନ୍ତ ଉକ୍ତ ବେଳାଭୂମିକୁ ପର୍ଯ୍ୟଟକକୁ ଜଙ୍ଗଲ ବିଭାଗ ପକ୍ଷରୁ ବାରଣ କରାଯାଇଥିଲା। ଯାହା ଫଳରେ ପର୍ଯ୍ୟଟକ ମନ୍ଦିରକୁ ଆସି ସମୁଦ୍ର ବେଳାଭୂମି ଯାଇ ନପାରି ଫେରି ଯାଉଥିଲେ। ବର୍ତ୍ତମାନ ବେଳାଭୂମିକୁ କୌଣସି ବାରଣ କରା ଯାଇନାହିଁ। ମନ୍ଦିରକୁ ଆସୁଥିବା ପର୍ଯ୍ୟଟକମାନେ ସମୁଦ୍ର ବେଳାଭୂମି ଯାଇ ଉପଭୋଗ କରି ପାରିବେ। ଏହା ବିଧିବଧ ଭାବେ ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ