Wednesday, June 3, 2026
38.7 C
Odisha

    ସ୍କୁଟିକୁ ଧକ୍କା ଦେଲା ବୋରୱେଲ୍ ଗାଡି, ପୁଅ ଆଗରେ ଚାଲିଗଲା ମାଆର ଜୀବନ

    ଆଗକୁ ପଢନ୍ତୁ

    ବରଗଡ଼ : ପୁଅ ଆଗରେ ଚାଲିଗଲା ମାଆର ଜୀବନ । ବରଗଡ଼ ଜିଲ୍ଲା ସୋହେଲା ଥାନା ଲେଖାପଥର ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମାଆ-ପୁଅ ସ୍କୁଟିରେ ଯାଉଥିବାବେଳେ ଏକ ବୋରୱେଲ୍ ଗାଡି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ପଦ୍ମପୁର ସହରର ରିନୁ ମହାପାତ୍ର ବୋଲି ଜଣାପଡିଛି । ମୃତଦେହ ଜବତ କରି ତଦନ୍ତ କରୁଛି ପୋଲିସ ।

    ସେହିପରି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା କରଞ୍ଜକଟା ହାଟପଦା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ବିହାରର ଉପେନ୍ଦ୍ର ପାଲ ଓ ଅନ୍ୟ ଜଣେ ଅନୁଗୁଳ ଠାକୁରଗଡ଼ର ଦୁଷ୍ମନ୍ତ ଦେହୁରୀ । ଗତକାଲି ରାତିରେ ଦୁଇ ଜଣ ବାଇକରେ ଚାରିଛକରୁ କରଞ୍ଜକଟା ରେଲୱେ କ୍ୟାମ୍ପକୁ ଫେରୁଥିଲେ । ଏହି ସମୟରେ କରଞ୍ଜକଟା ହାଟପଦା ନିକଟରେ ଠିଆ ହୋଇଥିବା ହାଇୱାକୁ ବାଇକଟି ପଛପଟୁ ଧକ୍କା ଦେଇଥିଲା । ଏଥିରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.7 ° C
    38.7 °
    38.7 °
    24 %
    2.2kmh
    82 %
    Wed
    40 °
    Thu
    42 °
    Fri
    41 °
    Sat
    40 °
    Sun
    42 °

    ସମ୍ବନ୍ଧିତ