Friday, April 18, 2025
33.7 C
Odisha

ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଡାଉନ୍ ଇସ୍ପାତ ଏକ୍ସପ୍ରେସ୍

ଆଗକୁ ପଢନ୍ତୁ

ଝାରସୁଗୁଡ଼ା : ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଡାଉନ୍ ଇସ୍ପାତ ଏକ୍ସପ୍ରେସ୍ । ଦକ୍ଷିଣ ପୂର୍ବ ହାୱାଡ଼ା ବମ୍ୱେ ମୁଖ୍ୟ ରେଳପଥ ୨୨୮୬୨ ନଂ ଡାଉନ ଇସ୍ପାତ ଏକ୍ସପ୍ରେସ୍ ସମୟ ସକାଳ ୯ଟା ୪୮ରେ ଧୁତରା ଷ୍ଟେସନକୁ ଦ୍ରୁତଗତିରେ ଅତିକ୍ରମ କଲାପରେ ୨୫୫ନଂ ରେଳଫାଟକ ନିକଟରେ ଉଚ୍ଚତା ଓ କ୍ଷମତା ସମ୍ପର୍ଣ୍ଣ ୨୫ କେଭି ବିଦ୍ୟୁତ ତାର ସହ ଲାଗି ରହିଥିବା ପେଣ୍ଟୋ ଭାଙ୍ଗି ପଡ଼ିଥିଲା । ଏଣୁ ଦ୍ରୁତଗାମୀ ଏକ୍ସପ୍ରେସଟି ଦୁଇ କିଲୋମିଟର ପର୍ଯ୍ୟନ୍ତ ବିଦ୍ୟୁତ ତାରକୁ ଟାଣି ନେଇ ଅର୍ଡା ଆଶ୍ରମ ସ୍କୁଲ ନିକଟସ୍ଥ ରେଳ ଲାଇନ ଖୁଣ୍ଟ ନଂ ୫୦୩/୨୨ ପାଖରେ ଏକ୍ସପ୍ରେସଟି ପାଖାପାଖି ମାଧ୍ୟାହ୍ନ ୧୨ଟା୨୦ ପର୍ଯ୍ୟନ୍ତ ଅଟକି ରହିଥିଲା । ଯାହାଫଳରେ ଜାମ୍ମୁତାବି ତଥା ଅନ୍ୟାନ୍ୟ ଏକ୍ସପ୍ରେସ ସହ ମାଲବାହୀ ଟ୍ରେନ୍‌ଗୁଡ଼ିକ ବିଶେଷ ପ୍ରଭାବିତ ହୋଇ ଶେଷରେ ୩ ନଂ ରେଲୱେ ଲାଇନରେ ଯାତାୟାତ କରିବାକୁ ପଡ଼ିଥିଲା । ଧୁତରା ଷ୍ଟେସନରୁ କାର୍ଯ୍ୟରତ କର୍ମଚାରୀ ପହଞ୍ଚି ମରାମତି ପରେ ଏକ୍ସପ୍ରେସ୍‌ଟିର ଚଳାଚଳ ସ୍ୱାଭାବିକ ହୋଇଥିଲା ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
clear sky
33.7 ° C
33.7 °
33.7 °
21 %
2.1kmh
0 %
Fri
35 °
Sat
42 °
Sun
43 °
Mon
43 °
Tue
44 °

ସମ୍ବନ୍ଧିତ