Sunday, August 10, 2025
33 C
Odisha

    ବଡ଼ ବର୍ଷା ଆଣିପାରେ ଲଘୁଚାପ, ଆଜି ୩ ଜିଲ୍ଲାକୁ ୟେଲୋ ଆଲର୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସୁଛି ବଡ଼ ବର୍ଷା । ୧୩ ତାରିଖ ବେଳକୁ ବଡ଼ ବର୍ଷା ଆଣିପାରେ ଲଘୁଚାପ । ବାଂଲାଦେଶ ଓ ପଶ୍ଚିମ ବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି । ଫଳରେ ଆସନ୍ତା ୧୩ ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ହେଲେ ବଡ଼ ବର୍ଷା ହୋଇପାରେ । ଆଜି ବିଜୁଳି ଘଡ଼ଘଡ଼ି ସହ ପବନ ବହିବା ନେଇ ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ପ୍ରବଳ ବର୍ଷା ପାଇଁ ନୟାଗଡ଼, ଗଞ୍ଜାମ ଏବଂ ଗଜପତିକୁ ଚେତାବନୀ ଦିଆଯାଇଛି ।

    ସେହିପରି ଆସନ୍ତାକାଲି ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ମଧ୍ୟ ସତର୍କ କରାଯାଇଛି । ୧୧ ତାରିଖ ଦିନ ସମଗ୍ର ରାଜ୍ୟକୁ ୟେଲୋ ଆଲର୍ଟ ଦେଇଛି ଅରାଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୨ରୁ ରାଜ୍ୟରେ ବଢିବ ବର୍ଷା ପରିମାଣ ଓ ବିସ୍ତୃତି । ୧୨-୧୩ ତାରିଖ ବେଳକୁ ପବନର ବେଗ ଅଧିକ ଯୋଗୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ଏହି ସମୟରେ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    33 ° C
    33 °
    33 °
    56 %
    1kmh
    56 %
    Sun
    32 °
    Mon
    31 °
    Tue
    32 °
    Wed
    30 °
    Thu
    30 °

    ସମ୍ବନ୍ଧିତ