ଭୁବନେଶ୍ଵର : ଆଜିଠୁ ବଢ଼ିବ କାଳବୈଶାଖୀ ପ୍ରଭାବ, କମିବ ତାତି। ରାଜ୍ୟର ତାପମାତ୍ରାରେ ଆସିବ ପରିବର୍ତ୍ତନ। ୨ ରୁ ୩ ଡିଗ୍ରୀ କମିବ ତାପମାତ୍ରା। ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି।ବର୍ଷା ବେଳେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାକୁ ଛାଡିଦେଲେ, ଉତ୍ତର ଓଡିଶା, ଦକ୍ଷିଣ ଓଡିଶା ଓ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ଦୁଇ ଘଣ୍ଟା ପାଇଁ ବରଗଡ଼ ଓ ନୂଆପଡ଼ା ଜିଲ୍ଲା କୁ ରହିଛି ୟେଲୋ ସତର୍କତା। ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଆଶଂକା ରହିଛି।
ସୂଚନାଯୋଗ୍ୟ, ଗତମାସ ରାଜ୍ୟରେ ଜାରି ରହିଥିଲା କାଳବୈଶାଖୀ ବର୍ଷା । ବଢିବ କାଳବୈଶାଖୀ ବର୍ଷାର ପ୍ରଭାବ । ଫଳରେ ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବ ବୋଲି ସୂଚନା ଥିଲା । ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିଲା ।
