Tuesday, March 31, 2026
26.8 C
Odisha

    ବଢ଼ିଲା ଏଲଆଇସି ର ସେୟାର ମୂଲ୍ୟ , ଜାଣନ୍ତୁ ଡିଟେଲ୍ସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :   ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମର ସେୟାର ମୂଲ୍ୟ ଆଜି  ୮ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ସକାଳ ୯ଟା ୫୧ ମିନିଟରେ କମ୍ପାନୀର ସେୟାର ୮ ପ୍ରତିଶତରୁ ଅଧିକ ବୃଦ୍ଧି ସହ ୯୪୫.୫୦ ଟଙ୍କାରେ କାରବାର ହେଉଥିଲା। ଏହାପରେ ୯ଟା ୫୪ ମିନିଟରେ ଏଲଆଇସିର ସେୟାର ୯୪୦ ଟଙ୍କା ପାଖାପାଖି ଥିଲା। କମ୍ପାନୀର ସେୟାର ଆର୍ଥିକ ବର୍ଷ ୨୦୨୪-୨୫ର ଚତୁର୍ଥ ତ୍ରମାସିକ ପାଇଁ କମ୍ପାନୀର ତ୍ରୟମାସିକ ଫଳାଫଳର ରିପୋର୍ଟ ପରେ ଜୋରଦାର ବୃଦ୍ଧି ଘଟିଛି।

    ଏଲଆଇସିର ଆର୍ଥିକ ବର୍ଷ ୨୦୨୪-୨୫ର ଜାନୁଆରୀ-ମାର୍ଚ୍ଚ ତ୍ରୟମାସିକ ସୁଧ ଲାଭ ୩୮ ପ୍ରତିଶତ ବଢି ୧୯ ହଜାର ୦୧୩ କୋଟି ଟଙ୍କା ହୋଇଯାଇଛି। ଭାରତୀୟ ଜୀବନ ବୀମା ନିଗମ ଗତ ମଙ୍ଗଳବାର ଦିନ ସେୟାର ବଜାରରେ ମାର୍ଚ୍ଚ ତ୍ର୍ରୟମାସିକର ଆର୍ଥିକ ଫଳାଫଳର ସୂଚନା ଦେଇଛି। କମ୍ପାନୀ ଏକ ବର୍ଷ ପୂର୍ବେ ଏହି ତ୍ରୟମାସିକରେ ୧୩, ୭୬୩ କୋଟି ଟଙ୍କାର ଲାଭ ରୋଜଗାର କରିଥିଲା। ଏଲଆଇସି କହିଛି ଯେ, ସମୀକ୍ଷାଧୀନ ତ୍ରୟମାସିକ ସମୟରେ ତାର ସମୁଦାୟ ଆୟ ହ୍ରାସ ହୋଇ ୨,୪୧,୬୨୫ କୋଟି ଟଙ୍କା ରହିଯାଇଛି, ଯାହାକି ଆର୍ଥିକ ବର୍ଷ ୨୦୨୩-୨୪ର ସମାନ ତ୍ରୟମାସିକରେ ଏହା ୨,୫୦,୯୨୩ କୋଟି ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    50 %
    1.8kmh
    0 %
    Mon
    27 °
    Tue
    38 °
    Wed
    39 °
    Thu
    41 °
    Fri
    39 °

    ସମ୍ବନ୍ଧିତ