Friday, October 30, 2026
22.5 C
Odisha

    ବଢ଼ିଲା କଟକ ବାଲିଯାତ୍ରା ପ୍ଲଟ୍ ଆବଣ୍ଟନ ଅବଧି

    ଆଗକୁ ପଢନ୍ତୁ

    କଟକ : ବଢ଼ିଲା କଟକ ବାଲିଯାତ୍ରା ପ୍ଲଟ ଆବଣ୍ଟନ ଅବଧି। ଆଉ ଗୋଟିଏ ଦିନ ବଢ଼ିଲା ଅବଧି । କାଲି ପ୍ଲଟ ଆବଣ୍ଟନର ଶେଷ ତାରିଖ । ବର୍ତ୍ତମାନ ସୁଦ୍ଧା ୧୩ଶହରୁ ଉର୍ଦ୍ଧ୍ବ ପ୍ଲଟ୍ ପଞ୍ଜୀକରଣ ଶେଷ ହୋଇସାରିଛି । ଏଥର ବାଲିଯାତ୍ରାରେ ଉପର ପଡିଆରେ ୫୦୦ରୁ ଊର୍ଦ୍ଧ୍ବ ଷ୍ଟଲ ହେବାକୁ ଥିବାବେଳେ ତଳ ପଡ଼ିଆରେ ୧୫ଶହରୁ ଉର୍ଦ୍ଧ୍ବ ଷ୍ଟଲ ରହିଛି । ସେହିପରି ଆସନ୍ତା ମାସ ୨ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ନିଲାମ ପ୍ରକ୍ରିୟା ଚାଲିବ । ବାଲିଯାତ୍ରା ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

    ଚଳିତ ବର୍ଷ ବାଲିଯାତ୍ରାରେ ଉପର ପଡ଼ିଆରେ ୫୦୦ରୁ ଅଧିକ ଷ୍ଟଲ୍ ରହିବାକୁ ଥିବାବେଳେ ତଳ ପଡ଼ିଆରେ ୧୫୦୦ରୁ ଅଧିକ ଷ୍ଟଲ୍ ଖୋଲାଯିବ । ଏହି ଦୁଇଟି ପଡ଼ିଆରେ ମୋଟ ୨୦୦୦ରୁ ଅଧିକ ଷ୍ଟଲ୍ ମାଧ୍ୟମରେ ବ୍ୟବସାୟୀମାନେ ନିଜ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇବେ । ଏଥିପାଇଁ ପ୍ଲଟ୍ ଆବଣ୍ଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ବାଲିଯାତ୍ରା କେବଳ ଏକ ବାଣିଜ୍ୟିକ ମେଳା ନୁହେଁ, ଏହା ଓଡ଼ିଶାର ଗୌରବମୟ ସାମୁଦ୍ରିକ ଇତିହାସ ଓ ପରମ୍ପରାର ପ୍ରତୀକ। ତେଣୁ ଚଳିତ ବର୍ଷର ବାଲିଯାତ୍ରାକୁ ଆକର୍ଷଣୀୟ ଓ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    22.5 ° C
    22.5 °
    22.5 °
    98 %
    1.9kmh
    100 %
    Fri
    22 °
    Sat
    28 °
    Sun
    28 °
    Mon
    29 °
    Tue
    28 °

    ସମ୍ବନ୍ଧିତ