Friday, October 30, 2026
22.5 C
Odisha

    ବରିଷ୍ଠ OAS ସ୍ତରରେ ବଡ଼ ଧରଣର ଅଦଳବଦଳ, ୪୨ ଅଧିକାରୀଙ୍କ ବଦଳି

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ବରିଷ୍ଠ OAS ସ୍ତରରେ ବଡ଼ ଧରଣର ଅଦଳବଦଳ । ୪୨ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର । ବିଧାନ ଚନ୍ଦ୍ର ରାୟ ହେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ । ସରୋଜ ରାଉତ ହେଲେ GA ବିଭାଗର ଅତିରିକ୍ତ ଶାସନ ସଚିବ। ପୂର୍ଣ୍ଣଚନ୍ଦ୍ର ଦୋଳାଇ ହେଲେ ପରିବହନ ବିଭାଗର ଅତିରିକ୍ତ ଶାସନ ସଚିବ । ସସ୍ମିତା ସାହୁ ହେଲେ ଅବକାରୀ ବିଭାଗର ଅତିରିକ୍ତ ସଚିବ । ଅନିରୁଦ୍ଧ ପ୍ରଧାନ ହେଲେ ସୁବର୍ଣ୍ଣପୁର ଏଡିଏମ । ପୁଷ୍ପକ ପ୍ରଧାନ ହେଲେ କେନ୍ଦୁଝର ଉପଜିଲ୍ଲାପାଳ ।

    ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ ଅନ୍ୟ ୩୬ ଜଣ ଅଧିକାରୀଙ୍କର ମଧ୍ୟ ବଦଳି ଓ ନୂତନ ନିଯୁକ୍ତି ହୋଇଛି । ତେବେ ସମସ୍ତ ୪୨ ଜଣ ଅଧିକାରୀଙ୍କ ନୂଆ ଦାୟିତ୍ୱ ସମ୍ପର୍କିତ ବିବରଣୀ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏହି ପ୍ରଶାସନିକ ଅଦଳବଦଳ ରାଜ୍ୟର ବିଭିନ୍ନ ବିଭାଗ ଓ ଜିଲ୍ଲାସ୍ତରରେ କାର୍ଯ୍ୟ ପରିଚାଳନାକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    22.5 ° C
    22.5 °
    22.5 °
    98 %
    1.9kmh
    100 %
    Fri
    22 °
    Sat
    28 °
    Sun
    28 °
    Mon
    29 °
    Tue
    28 °

    ସମ୍ବନ୍ଧିତ