ବଲାଙ୍ଗିର: ବଢିଲା ନିଶାଙ୍କ ଅଡୁଆ । ନିଶା ମହାରଣାଙ୍କୁ ଗିରଫ କରିବାକୁ ଭୁବନେଶ୍ୱରରେ ବଲାଙ୍ଗିର ପୋଲିସ । ବାଲାଙ୍ଗୀର ଚନ୍ଦନ ଭାଟିରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ଅଡୁଆରେ ନିଶା । ବଲାଙ୍ଗୀର ସଦର ଥାନାରେ ନିଶାଙ୍କ ବିରୋଧ ରେ ଅଭିଯୋଗ । ପୋଲିସ ନିଜପଟୁ ମାମଲା ରୁଜୁ କରିଛି । ଆୟୋଜନ କରିଥିବା କମିଟିର ଦୁଇ ଜଣ ଆୟୋଜକଙ୍କୁ ସଦର ଥାନାରେ ଅଟକ ରଖାଯାଇଛି । ଦୁଇ ଆୟୋଜକ ହେଲେ ସୁରେନ୍ଦ୍ର ନାଗ ଓ ରାଧେଶ୍ୟାମ ମେହେର । ଏବେବି ତଦନ୍ତ ଚଳାଇଛି ପୋଲିସ ।

