Monday, October 19, 2026
21.6 C
Odisha

    ବଦଳିବ ଦଶମ ପାଠ୍ୟକ୍ରମ, ଦଶମ-ଦ୍ବାଦଶ ହେବ ଗୋଟିଏ ବୋର୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ । ବଦଳିବ ଦଶମ ପାଠ୍ୟକ୍ରମ । ଦଶମ-ଦ୍ବାଦଶ ହେବ ଗୋଟିଏ ବୋର୍ଡ । ମୁକ୍ତ ବିଦ୍ୟାଳୟରେ ହେବ ଯୁକ୍ତ ୨ ପାଠ୍ୟକ୍ରମ । ୧୮ ବର୍ଷ ଯାଏ ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଶିକ୍ଷା । ମାଗଣା ଡିଜିଟାଲ ଶିକ୍ଷା ପାଇଁ ସିଏଚଏସଇକୁ ନିର୍ଦ୍ଦେଶ । ଓଡ଼ିଆରେ ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ପଢ଼ିବେ ଛାତ୍ରଛାତ୍ରୀ । ନୂତନ କାର୍ଯ୍ୟାଳୟ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନେବେ ସରକାର । ୪୪ତମ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରତିଷ୍ଠା ଦିବସ ଅବସରରେ ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଡାକ୍ତର ଏନ୍. ଥିରୁମାଲା ନାୟକ । ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଶ୍ରଣ କରି ଗୋଟିଏ ନୂଆ ଏକକ ବୋର୍ଡ ଗଠନ କରିବା ନେଇ ପ୍ରସ୍ତୁତି ଚାଲିଛି ।

    CBSE ଢାଞ୍ଚାରେ ଏହି ବୋର୍ଡ ଅଧୀନରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମ ଓ ପରୀକ୍ଷା ପରିଚାଳନା କରାଯିବ । ବୋର୍ଡ ମିଶ୍ରଣ ପାଇଁ ଆଇନର ଚିଠା ପ୍ରସ୍ତୁତି ଚାଲିଛି । ଚିଠା ଆଇନ କାର୍ଯ୍ୟକାରୀ ହେବା ପରେ ନୂଆ ବୋର୍ଡ ଗଠନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆଗକୁ ବଢ଼ିବ । ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଚଳିତ ବର୍ଷ ଜାନୁଆରୀରୁ ବିଜ୍ଞାନ ବିଷୟର ଓଡ଼ିଆ ପାଠ୍ୟପୁସ୍ତକ ଦିଆଯାଇଛି । ଆଗାମୀ ଦିନରେ ଅନ୍ୟ ବିଷୟଗୁଡ଼ିକୁ ମଧ୍ୟ ଓଡ଼ିଆରେ ଉପଲବ୍ଧ କରାଯିବ ବୋଲି ସେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ