Sunday, October 4, 2026
23.3 C
Odisha

    ବନ୍ଦ ହେଲା ହୀରାକୁଦର ୪ ଫାଟକ

    ଆଗକୁ ପଢନ୍ତୁ

    ସମ୍ବଲପୁର  : ଉପର ମୁଣ୍ଡରୁ ହୀରାକୁଦକୁ ବର୍ଷାଜଳ ପ୍ରବାହ ହ୍ରାସ ପାଇଛି। ଯାହାଫଳରେ ଆଜି ଜଳଭଣ୍ଡାରର ୪ ଗେଟ୍‌କୁ ବନ୍ଦ କରିଦିଆଯାଇଛି। ଲଘୁଚାପ ପ୍ରଭାବରେ ମହାନଦୀ ଉପର ମୁଣ୍ଡରେ ବର୍ଷା ଯୋଗୁ ଛତିଶଗଡ଼ ଏବଂ ମଧ୍ୟପ୍ରବେଶ ଆଡୁ ହୀରାକୁଦକୁ ଜଳ ପ୍ରବାହ ବୃଦ୍ଧି ପାଇଥିଲା। ଫଳରେ ଜଳ ଭଣ୍ଡାରର ୨୪ଟି ଫାଟକ ଖୋଲାଯାଇଥିଲା। ଶନିବାର ସୁଦ୍ଧା ୨୦ ଫାଟକ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ବାମ ପାର୍ଶ୍ବରେ ୧୩ଟି ଏବଂ ଦକ୍ଷିଣ ପାର୍ଶ୍ବରେ ୭ଟି ଫାଟକ ଖୋଲାଯାଇଛି।

    ଅନ୍ୟପଟେ ଦୁଇଦିନ ପରେ ମୁଣ୍ଡଳିରେ ବନ୍ୟାଜଳ ପ୍ରାୟ ୫ଲକ୍ଷ କ୍ୟୁସେକ୍ ଛୁଇଁବ। କିନ୍ତୁ ମହାନଦୀରେ ବନ୍ୟା ଆସିବ ନାହିଁ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି। ଶୁକ୍ରବାର ରାତି ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୬.୫୬ ଫୁଟ ରେକର୍ଡ଼ କରାଯାଇଛି। ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ