Monday, July 6, 2026
23.9 C
Odisha

    ବନ୍ଧୁକ ମୁନରେ ୮ଭରି ସୁନା ଅଳଙ୍କାର ସହ ଟଙ୍କା ଲୁଟ ଅଭିଯୋଗ, ତଦନ୍ତ କରୁଛି ପୋଲିସ

    ଆଗକୁ ପଢନ୍ତୁ

    ନବରଙ୍ଗପୁର : ବନ୍ଧୁକ ମୁନରେ ୮ଭରି ସୁନା ଅଳଙ୍କାର ଓ ଟଙ୍କା ଲୁଟ ଅଭିଯୋଗ । ନବରଙ୍ଗପୁରରେ ରାତି ଅଧରେ ଡକାୟତ କବାଟ ଭାଙ୍ଗି ଘର ଭିତରେ ପଶି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଦମ୍ପତିଙ୍କ ଠାରୁ ଟଙ୍କା ଓ ସୁନା ଲୁଟିନେଇଛନ୍ତି । ଏନେଇ ନବରଙ୍ଗପୁର ଟାଉନ ଥାନା ରେ ଅଭିଯୋଗ ହୋଇଛି । ମିରିଗାନଗୁଡ଼ା ଆଶୀର୍ବାଦ କଲୋନୀର ଏସ. ଗୋବିନ୍ଦା ସୁବୁଦ୍ଧିଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ୭ରୁ ୮ଜଣ ଅଜଣା ମୁଖାଧାରୀ ଦୁର୍ବୃତ୍ତଙ୍କ ଘର କବାଟ ଭାଙ୍ଗି ଭିତରେ ପଶିଥିଲେ । ଏସ. ଗୋବିନ୍ଦା ସୁବୁଦ୍ଧି ଓ ତାଙ୍କ ସ୍ତ୍ରୀଙ୍କ ଆଖିରେ ଲେଜର ଲାଇଟ ପକାଇବା ପରେ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ସୁନା ଅଳଙ୍କାର ଦେବାକୁ କହିଥିଲେ । ୮ ଭରି ସୁନା ପ୍ରାୟ ୧୫ ହଜାର ଟଙ୍କା ଏବଂ ଦୁଇଟି ମୋବାଇଲ ଫୋନ ଦୁର୍ବୃତ୍ତମାନେ ନେଇଯାଇଛନ୍ତି । ଟାଉନ ପୋଲିସ ଖବର ପାଇ ଘଟଣାସ୍ଥଳ କୁ ଯାଇ ତଦନ୍ତ ଆରମ୍ଭ କରିଛି । ହେଲେ ଲୁଟେରାଙ୍କ ଟେର ପାଇପାରିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    23.9 ° C
    23.9 °
    23.9 °
    93 %
    6.6kmh
    100 %
    Sun
    24 °
    Mon
    24 °
    Tue
    28 °
    Wed
    30 °
    Thu
    31 °

    ସମ୍ବନ୍ଧିତ