Sunday, October 4, 2026
24.3 C
Odisha

    ବରଗଡ଼ରେ ସାର ସଙ୍କଟ, ଦାନା ବାନ୍ଧୁଛି ଆନ୍ଦୋଳନ

    ଆଗକୁ ପଢନ୍ତୁ

    ବରଗଡ଼   : ବରଗଡ଼ ଜିଲ୍ଲାରେ ଖରିଫ୍‌ ଚାଷ ପାଇଁ ସାର ସଙ୍କଟକୁ ନେଇ ଅସନ୍ତୋଷ ତେଜି ଉଠିଛି। ତେବେ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣରେ ସାର ଆସିଥିବା ନେଇ ସରକାର କହୁଥିବାବେଳେ ସେହି ସାର କେଉଁଠି ରହିଛି, ତାକୁ ନେଇ ଏବେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପଡୋଶୀ ରାଜ୍ୟକୁ ତାହା ଚାଲାଣ ହୋଇଥିବା ନେଇ ଅଭିଯୋଗ ହେଉଛି। କଳାବଜାର ପାଇଁ କେତେକ ବ୍ୟବସାୟୀ ଗଚ୍ଛିତ ରଖିଥିବା ନେଇ ମଧ୍ୟ ସାଧାରଣରେ ଆଲୋଚନା ହେଉଛି। ଅନ୍ୟପକ୍ଷେ ସାର ସଙ୍କଟ ନେଇ ଜିଲ୍ଲାରେ ଚାଷୀଙ୍କ ଅସନ୍ତୋଷ ଆନ୍ଦୋଳନର ଦାନା ବାନ୍ଧୁଛି। ଶୁକ୍ରବାର ଭାରତୀୟ କିଷାନ ସଂଘ ପକ୍ଷରୁ ବରଗଡ଼ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଲୋଚନ ମାଝିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାର ଚାଷୀମାନଙ୍କୁ ଆବଶ୍ୟକ ମୁତାବକ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ସାର ଯୋଗାଇ ଦିଆ ନ ଗଲେ ସଂଘ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି। ଗତବର୍ଷ ଖରିଫରେ ୩୩୦୦୦ ମେଟ୍ରିକ ଟନ୍‌ ୟୁରିଆ ସାର ଆସିଥିଲା। ଏଥର ତାହା ୪୨୦୦୦ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ ସାର ଅଭାବରେ ଚାଷୀ ହନ୍ତସନ୍ତ ହେଉଛନ୍ତି। କଳାବଜାରରେ ସାର କିଣିବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଛି ବୋଲି ଅଭିଯୋଗ ହୋଇଛି। ଜୈବିକ ଚାଷ କେବଳ ପ୍ରଚାର ପ୍ରସାରରେ ସୀମିତ ରହିଛି। ଶୃଙ୍ଖଳିତ ଓ ବ୍ୟବସ୍ଥିତ ସାର ଯୋଗାଣରେ ପ୍ରଶାସନର ଭୂମିକା ସନ୍ଦେହ ଘେରରେ ରହିଛି ବୋଲି ସଂଘ ଅଭିଯୋଗ କରିଛି। ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି। ସଂଘର ଜିଲ୍ଲା ସଭାପତି ପିତାମ୍ବର ସାହୁ, ରାଜ୍ୟ ମହିଳା ପ୍ରମୁଖ ସଂଘମିତ୍ରା ପଟେଲ, ରାଜ୍ୟ ସଭାପତି ଶ୍ରୀମୁଖ ପ୍ରଧାନ, ଭୂପାଳ ବିଶି, ରବୀନ୍ଦ୍ର ବିଶି, ଆଶୁତୋଷ ଆଚାର୍ଯ୍ୟ, ପଞ୍ଚାନନ ଦଳପତି, ସତ୍ୟଜିତ ପଣ୍ଡା, ମୁକେଶ କେଡ଼ିଆ, ଭିକାରି ଚରଣ ଖମାରୀ, ସଞ୍ଜୟ ବାରିକ, ହୀରାଲାଲ ସା, ପଦ୍ମନ ମାଝୀ, କେନ୍ଦ୍ରୀୟ ସଦସ୍ୟ କେଦାର ମିଶ୍ର, ଜିଲ୍ଲା ସଙ୍ଗଠନ ସମ୍ପାଦକ କିଶୋର ଦେବତା ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ