Wednesday, November 25, 2026
24.4 C
Odisha

    ବରଗଡ଼ ଅତାବିରା ଅଞ୍ଚଳରେ କୋକୁଆ ଭୟ, ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ

    ଆଗକୁ ପଢନ୍ତୁ

    ବରଗଡ଼ : ବରଗଡ଼ ଅତାବିରା ଅଞ୍ଚଳରେ କୋକୁଆ ଭୟ । ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ । ଅତାବିରା ବ୍ଲକ ଜାଙ୍ଗେଡ୍ ପଞ୍ଚାୟତରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ପାଦ ଚିହ୍ନ ଦେଖିବା ପରେ ଲୋକେ ଏହାକୁ ଦେବ୍ରୀଗଡ଼ରେ ଆସିଥିବା ମହାବଳ ବାଘ ବୋଲି କହୁଛନ୍ତି । ଏନେଇ ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲା ।

    ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଦଚିହ୍ନ ଯାଞ୍ଚ କରିଥିଲେ । ବାଘର ଗତିବିଧି ଅନୁଧ୍ୟାନ କରିବାରୁ ଏହା ଜାଙ୍ଗେଡ଼ ଓ ସୋଢ଼ାପାଲିକୁ ସଂଯୋଗ କରୁଥିବା ରାସ୍ତାର ନଦୀ ପଟକୁ ଯାଇଥିବା ଜଣାପଡ଼ିଛି । ତେବେ ନଦୀ ଆରପଟରେ କୌଣସି ପାଦଚିହ୍ନ ଦେଖିବାକୁ ମିଳିନଥିବାରୁ ବାଘଟି ସେହି ନଦୀକୂଳ ବୁଦାଳିଆ ଅଞ୍ଚଳରେ ଲୁଚି ରହିଥିବା ଅନୁମାନ କରାଯାଉଛି ।

    ବନ ବିଭାଗର ଏକ ଟିମ୍ ଜାଙ୍ଗେଡ଼ ଗାଁରେ ଡେରା ପକାଇ ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଯାଉଛି। ସେପଟେ ଅତାବିରା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ ଜାରି ରଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    73 %
    1.7kmh
    8 %
    Wed
    22 °
    Thu
    26 °
    Fri
    26 °
    Sat
    25 °
    Sun
    25 °

    ସମ୍ବନ୍ଧିତ