Wednesday, November 25, 2026
27.1 C
Odisha

    ପୁଏର୍ଟା ରିକୋର ଜେନିଫର ବାରେଟୋ ମିସ୍ ୟୁନିଭର୍ସ ୨୦୨୬, ୨୦ ବର୍ଷ ପରେ ଦେଶକୁ ଫେରିଲା ଟାଇଟଲ୍

    ଆଗକୁ ପଢନ୍ତୁ

    ପୁଏର୍ଟୋ ରିକୋର ଜେନିଫର ବାରେଟୋ ହେଲେ ମିସ୍ ୟୁନିଭର୍ସ ୨୦୨୬ । ୭୫ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଜେନିଫର ନିଜର ଚମତ୍କାର ପ୍ରଦର୍ଶନ ବଳରେ ବିଜୟୀ ହୋଇଛନ୍ତି । ପୁଏର୍ଟୋ ରିକୋର ସାନ୍ ଜୁଆନ୍ ସ୍ଥିତ ଜୋସ୍ ମିଗୁଏଲ୍ ଆଗ୍ରେଲୋଟ୍ କୋଲିଜିୟମରେ ଆୟୋଜିତ ୭୫ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଆୟୋଜକ ଦେଶ ପୁଏର୍ଟୋ ରିକୋର ୨୭ ବର୍ଷୀୟା ଜେନିଫର ବାରେଟୋ ‘ମିସ୍ ୟୁନିଭର୍ସ ୨୦୨୬’ ମୁକୁଟ ପିନ୍ଧିଛନ୍ତି । ବିଶ୍ୱର ୧୧୬ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ସମ୍ମାନଜନକ ଟାଇଟଲ୍ ହାସଲ କରିଛନ୍ତି ।

    ଗତ ବର୍ଷର ବିଜେତା ମେକ୍ସିକୋର ଫାତିମା ବୋଶ୍ ତାଙ୍କୁ ଏହି ମୁକୁଟ ପିନ୍ଧାଇଥିଲେ । ଜେନିଫର ବାରେଟୋ ମିସ୍ ୟୁନିଭର୍ସ ମୁକୁଟ ଜିତିବାରେ ବିଶ୍ୱର ପ୍ରଥମ ବିବାହିତା ମହିଳା ତଥା ପ୍ରଥମ ମା’ ଭାବେ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ତାଙ୍କର ୭ ବର୍ଷର ଏକ କନ୍ୟା ସନ୍ତାନ ଅଛି । ଜେନିଫରଙ୍କ ଏହି ସଫଳତା ସହିତ ପୁଏର୍ଟୋ ରିକୋ ଷଷ୍ଠ ଥର ପାଇଁ ମିସ୍ ୟୁନିଭର୍ସ ଟାଇଟଲ୍ ହାସଲ କରିଛି । ଏହା ପୂର୍ବରୁ ୨୦୦୬ ମସିହାରେ ଜୁଲେକା ରିଭେରା ଦେଶ ପାଇଁ ଏହି ମୁକୁଟ ଜିତିଥିଲେ ।

    ଜେନିଫର ମନୋବିଜ୍ଞାନ ଏବଂ କ୍ଲିନିକାଲ୍ ସୋସିଆଲ୍ ୱାର୍କରେ ଦୁଇଟି ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସେ ଆମେରିକୀୟ ସେନା ବିଭାଗରେ ଜଣେ ପ୍ରିଭେନସନ୍ ସ୍ପେଶାଲିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ମଡେଲିଂରେ କୌଣସି ପୂର୍ବ ଅଭିଜ୍ଞତା ନଥାଇ ମଧ୍ୟ ଏହି ସଫଳତା ପାଇଛନ୍ତି । ଏହି ପ୍ରତିଯୋଗିତାରେ ଡୋମିନିକାନ୍ ରିପବ୍ଲିକର ମେଲିସା ନୁନେଜ୍ ପ୍ରଥମ ରନର୍ସ-ଅପ୍ ଏବଂ ଭେନେଜୁଏଲାର କ୍ଲାରା ଭେଗାସ୍ ଗୋଏଜ୍ ଦ୍ୱିତୀୟ ରନର୍ସ-ଅପ୍ ଭାବେ ବିବେଚିତ ହୋଇଛନ୍ତି ।

    ସେହିପରି ଫିଲିପାଇନ୍ସ ଏବଂ ନ୍ୟୁଜିଲାଣ୍ଡ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହି ଟପ୍-୫ ତାଲିକାରେ ସ୍ଥାନ ପାଇଛନ୍ତି । ଭାରତର ପ୍ରତିନିଧିତ୍ୱ କରୁଥିବା ୧୯ ବର୍ଷୀୟା କାଜିଆ ଲିଜ୍ ମେଜୋ ଟପ୍-୩୦ ରାଉଣ୍ଡ ପର୍ଯ୍ୟନ୍ତ ପହଞ୍ଚିଥିଲେ ମଧ୍ୟ ଟପ୍-୧୨ ପୂର୍ବରୁ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି ।

    ୨୭ ବର୍ଷୀୟ ଜେନିଫର ବାରେଟୋ ନିଜ ଦେଶ ପୁଏର୍ଟୋ ରିକୋରେ ଅନୁଷ୍ଠିତ ୭୫ତମ ମିସ୍ ୟୁନିଭର୍ସ ଫିନାଲେରେ ବିଜୟୀ ହୋଇଛନ୍ତି । ଏହା ପୁଏର୍ତୋ ରିକୋର ଷଷ୍ଠ ମିସ୍ ୟୁନିଭର୍ସ ମୁକୁଟ । ୨୦୦୬ରେ ଜୁଲେକା ରିଭେରାଙ୍କ ପରେ ଦୀର୍ଘ ୨୦ ବର୍ଷ ବ୍ୟବଧାନରେ ଏହି ମୁକୁଟ ପୁଣିଥରେ ଦେଶକୁ ଫେରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.1 ° C
    27.1 °
    27.1 °
    60 %
    1kmh
    26 %
    Wed
    28 °
    Thu
    27 °
    Fri
    26 °
    Sat
    25 °
    Sun
    24 °

    ସମ୍ବନ୍ଧିତ