ଭୁବନେଶ୍ୱର : ରାଜଧାନୀରେ ବେପରୁଆ ଗାଡ଼ି ଚାଳନା । ବୁଲେଟକୁ ଧକ୍କା ଦେଲା ଦ୍ରୁତଗାମୀ କାର୍ । ଦୁର୍ଘଟଣା ପରେ ରାସ୍ତା ଉପରେ ପଡ଼ି ରହିଥିଲେ ବୁଲେଟ୍ ଡ୍ରାଇଭର । ବରମୁଣ୍ଡା ଫ୍ଲାଏଓଭର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗୁରୁତର ଡ୍ରାଇଭରଙ୍କୁ ହସ୍ପିଟାଲ ପଠାଇଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ପହଂଚି ଉଭୟ ଗାଡ଼ିକୁ ଜବତ କରିଛି ଭରତପୁର ଥାନା ପୋଲିସ ।
