ପୁରୀ : ଶ୍ରୀମନ୍ଦିରର ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି । ଗତକାଲି ପୁରୀରେ ବିଶେଷ ପବନର ପ୍ରଭାବ ନଥିବା ସତ୍ତ୍ୱେ ପତିତପାବନ ବାନାରେ ପଡ଼ିଛି ଶୂନ୍ୟ ଗଣ୍ଠି । ବାତ୍ୟାକୁ ଏଡ଼ାଇ ଦେବା ପାଇଁ ମହାପ୍ରଭୁଙ୍କ ଏହା ଆଶୀର୍ବାଦ ବୋଲି ବିବେଚନା କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ ।
ଯେବେ ଯେବେ ବାତ୍ୟା ବିପଦ ଆସିଛି, ମହାପ୍ରଭୁ ତାଙ୍କ ଭୁଜ ତଳେ ଦେଇଛନ୍ତି ଅଭୟ ସୁରକ୍ଷା । ଗତ ଗୁରୁବାର ପର୍ଯ୍ୟନ୍ତ ପୁରୀ ତଥା ଓଡ଼ିଶା ପାଇଁ ବାତ୍ୟାକୁ ନେଇ ବିପଦ ଆଲର୍ଟ ଥିବା ବେଳେ ଗତକାଲି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଓଡ଼ିଶାରେ ବାତ୍ୟା ଅକଭାନର ପ୍ରଭାବ ହ୍ରାସ ପାଇଛି । ମହାପ୍ରଭୁ କୌଣସି ନା କୌଣସି ସଙ୍କେତ ମାଧ୍ୟମରେ ବିପଦ ହ୍ରାସ କରାଇଥାନ୍ତି ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି ।
