Monday, September 28, 2026
24.7 C
Odisha

    ବରିଷ୍ଠ IPS ଅଫିସର ଦୟାଲ ଗଙ୍ଗୱାର ନିଲମ୍ବିତ

    ଆଗକୁ ପଢନ୍ତୁ

    ବରିଷ୍ଠ IPS ଅଫିସର ଦୟାଲ ଗଙ୍ଗୱାର ନିଲମ୍ବିତ । ନିଲମ୍ବନ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ହୋଇଥିଲେ ବିବାଦୀୟ । ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୃହ ବିଭାଗର ଓଏସଡି ଥିଲେ ବରିଷ୍ଠ ଆଇପିଏସ ଅଫିସର ଦୟାଲ ଗଙ୍ଗୱାର ।

    ସୂଚନାଯୋଗ୍ୟ ଯେ, ଜିଆରପି (GRP) କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ମାମଲାକୁ ନେଇ ଦୟାଲ ଗଙ୍ଗୱାର ବିବାଦରେ ଛନ୍ଦି ହୋଇଥିଲେ । ସୌମ୍ୟରଞ୍ଜନଙ୍କ ବାପା-ମା’ ଶ୍ରୀ ଗଙ୍ଗୱାରଙ୍କ ବିରୋଧରେ ମାନସିକ ନିର୍ଯାତନା ଦେବା ନେଇ ଗୁରୁତର ଅଭିଯୋଗ ଆଣିଥିଲେ । ସୌମ୍ୟରଞ୍ଜନଙ୍କୁ ସରକାରୀ କାର୍ଯ୍ୟ ବ୍ୟତୀତ ନିଜର ବ୍ୟକ୍ତିଗତ କାମରେ ଲଗାଇବା ନେଇ ଅଭିଯୋଗ ହୋଇଥିଲା ।

    ଏହି ବିବାଦ ତେଜିବା ପରେ ତାଙ୍କୁ ଏଡିଜି (ADG) କମ୍ୟୁନିକେସନ ପଦବୀରୁ ବଦଳି କରାଯାଇ ଗୃହ ବିଭାଗର ଓଏସଡି କରାଯାଇଥିଲା । କ୍ରାଇମବ୍ରାଞ୍ଚ ସୌମ୍ୟ ମାମଲାରେ ମଧ୍ୟ ଶ୍ରୀ ଗଙ୍ଗୱାରଙ୍କୁ ପଚରାଉଚରା କରିଥିଲା । ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ବିରୋଧରେ କଡା ମନୋଭାବ ଗ୍ରହଣ କରି ସିଧାସଳଖ ନିଲମ୍ବନ ଆଦେଶ ଦେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପ୍ରଶାସନିକ ସ୍ତରରେ ହଇଚଇ ସୃଷ୍ଟି କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ