Tuesday, September 8, 2026
31.1 C
Odisha

    ଲିଫ୍ଟ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଧରାପଡ଼ି ଅଭିଯୁକ୍ତ ଲୋକଙ୍କ ହାତରେ ଲହୁ ଲୁହାଣ

    ଆଗକୁ ପଢନ୍ତୁ

    ବାଲେଶ୍ବର : ଲିଫ୍ଟ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଲୋକଙ୍କ ହାତରେ ଧରାପଡ଼ି ଅଭିଯୁକ୍ତ ଯୁବକ ଲହୁ ଲୁହାଣ । ବାଲେଶ୍ବର ଜାତୀୟ ରାଜପଥ କଡ଼ରେ ଦୁଷ୍କର୍ମ ଉଦ୍ୟମ ବେଳେ ଯୁବକଙ୍କୁ ଧରି ପିଟିଲେ ଲୋକେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ହଳଦୀପଦା ଫାଣ୍ଡି ପୋଲିସ । ଗୁରୁତର ଯୁବକ ବାଲେଶ୍ବର ସଦର ବ୍ଲକ ଓଡ଼ଙ୍ଗୀ ପଞ୍ଚାୟତର ଚନ୍ଦନ ମଲ୍ଲିକ ବୋଲି ଜଣାପଡ଼ିଛି ।

    ଯୁବତୀ ଜଣକ ବାଲେଶ୍ଵର ଆସିଥିବା ବେଳେ ଚନ୍ଦନ ତାଙ୍କୁ ଲିଫ୍ଟ ଦେଇ ଜାତୀୟ ରାଜପଥ କଡ଼ରେ ଏକ ପୋଲ ତଳକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ଯୁବତୀ ଚିତ୍କାର କରିବା ପରେ ଲୋକେ ରୁଣ୍ଡ ହୋଇ ଚନ୍ଦନକୁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି । ପରେ ସଦର ଥାନା ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ତାରେ ବାଲେଶ୍ଵର ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଅନ୍ୟ ପଟେ ଯୁବତୀ ଜଣକ ଥାନାରେ କୌଣସି ଲିଖିତ ଅଭିଯୋଗ କରି ନଥିବା ଜଣାପଡ଼ିଛି । ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକ ଜଣକ ହେଉଛନ୍ତି ବାଲେଶ୍ଵର ସଦର ବ୍ଲକ୍ ଓଡଙ୍ଗୀ ଅଞ୍ଚଳର ଚନ୍ଦନ ମଲିକ୍। ହଳଦୀ ପଦା ଫାଣ୍ଡି ପୁଲିସ ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.1 ° C
    31.1 °
    31.1 °
    64 %
    3.7kmh
    95 %
    Tue
    31 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ