ଜିଭରେ ବାରମ୍ବାର ଆଘାତ ଲାଗିବା ଦ୍ୱାରା ଯନ୍ତ୍ରଣା, ଫୁଲା ଏବଂ ଖାଇବା ପିଇବାରେ ସମସ୍ୟା ହୋଇପାରେ। ବିଶେଷକରି କ୍ଷତ ସମ୍ପୂର୍ଣ୍ଣ ଭଲ ହେବା ପୂର୍ବରୁ ପୁଣି ଆଘାତ ଲାଗିଲେ ସମସ୍ୟା ଅଧିକ ବଢ଼ିପାରେ।

ଜିଭ ପାଟିର ଏକ ସମ୍ବେଦନଶୀଳ ଅଂଶ। ଖାଦ୍ୟ ଚୋବାଇବା, ଗିଳିବା ଏବଂ କଥା କହିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଯଦି ଆପଣଙ୍କ ଜିଭ ବାରମ୍ବାର କଟୁଛି, ତେବେ ଏହାର କାରଣ ବୁଝିବା ସହ ଆବଶ୍ୟକ ପଡ଼ିଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

ବାରମ୍ବାର ଜିଭ କଟିବାର ଏକ ପ୍ରମୁଖ କାରଣ ହେଉଛି ଦାନ୍ତର ଗଠନ। ଯଦି କୌଣସି ଦାନ୍ତର ଧାର ଅଧିକ ମୁନିଆ ହୋଇଥାଏ, ଦାନ୍ତ ଭାଙ୍ଗିଯାଇଥାଏ କିମ୍ବା ଦାନ୍ତରେ କରାଯାଇଥିବା ଫିଲିଂ ଠିକ୍‌ ଭାବେ ହୋଇ ନଥାଏ, ତେବେ ଜିଭ ସେହି ସ୍ଥାନରେ ଲାଗି କ୍ଷତ ସୃଷ୍ଟି ହୋଇପାରେ। ସେହିପରି ଦାନ୍ତଗୁଡ଼ିକ ଠିକ୍‌ ଭାବେ ନରହିଥିଲେ, ଖାଦ୍ୟ ଚୋବାଇବା ସମୟରେ ଜିଭ ବାରମ୍ବାର ଦାନ୍ତ ମଝିରେ ପଶିଯାଇପାରେ। ଏପରି ସ୍ଥିତିରେ ଦନ୍ତ ଚିକିତ୍ସକଙ୍କ ପାଖରେ ଯାଞ୍ଚ କରାଇବା ଭଲ। ଡାକ୍ତର ଦାନ୍ତର ମୁନିଆ ଧାର କିମ୍ବା ଅନ୍ୟ ସମସ୍ୟା ଚିହ୍ନଟ କରି ଚିକିତ୍ସା ବିଷୟରେ ପରାମର୍ଶ ଦେଇପାରିବେ।

କେତେକ ଲୋକଙ୍କ ଜିଭ ଫୁଲିଯାଇ ସାଧାରଣ ଆକାରଠାରୁ ବଡ଼ ଦେଖାଯାଏ। ଏପରି ସ୍ଥିତିରେ ଖାଇବା ସମୟରେ ଜିଭ ଦାନ୍ତ ମଝିରେ ପଶିଯିବାର ଆଶଙ୍କା ବଢ଼ିଥାଏ। ଆଲର୍ଜି, ଆଘାତ, ସଂକ୍ରମଣ କିମ୍ବା ଅନ୍ୟ କିଛି ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଜିଭ ଫୁଲିପାରେ। ଯଦି ହଠାତ୍‌ ଜିଭ ଫୁଲିଯାଏ ଏବଂ ଶ୍ୱାସ ନେବା କିମ୍ବା ଖାଦ୍ୟ ଗିଳିବାରେ ସମସ୍ୟା ହୁଏ, ତେବେ ତୁରନ୍ତ ଜରୁରୀକାଳୀନ ଚିକିତ୍ସା ନିଅନ୍ତୁ। ଶରୀରରେ ଭିଟାମିନ୍‌ ବି୧୨, ଫୋଲେଟ୍‌ କିମ୍ବା ଆଇରନ୍‌ର ଅଭାବ ହେଲେ ଜିଭରେ ଯନ୍ତ୍ରଣା, ଜ୍ୱଳନ ଏବଂ ଫୁଲା ଭଳି ସମସ୍ୟା ଦେଖାଦେଇପାରେ। କେତେକ କ୍ଷେତ୍ରରେ ଜିଭର ଉପରିଭାଗ ମଧ୍ୟ ପ୍ରଭାବିତ ହୋଇପାରେ। ଯଦି ଜିଭରେ ଲଗାତାର ଜ୍ୱଳନ, ଅସ୍ୱାଭାବିକ ଫୁଲା, ଥକ୍କାପଣ କିମ୍ବା ଦୁର୍ବଳତା ଭଳି ଲକ୍ଷଣ ଦେଖାଦେଉଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଆବଶ୍ୟକ ହେଲେ ଡାକ୍ତର ରକ୍ତ ପରୀକ୍ଷା କରାଇବାକୁ କହିପାରନ୍ତି।

ଖାଇବା ସମୟରେ କଥା ହେବା, ତରବରିଆ ଭାବେ ଖାଦ୍ୟ ଚୋବାଇବା କିମ୍ବା ଖାଦ୍ୟ ଉପରେ ଧ୍ୟାନ ନଦେବା ଯୋଗୁଁ ଜିଭ ଦାନ୍ତ ମଝିରେ ପଶିଯାଇପାରେ। ଯଦି ଏପରି ଘଟଣା କେବେ କେବେ ଘଟୁଛି, ତେବେ ଧୀରେ ଧୀରେ ଖାଇବା ଏବଂ ଖାଦ୍ୟକୁ ଭଲ ଭାବେ ଚୋବାଇବା ଦ୍ୱାରା ଉପକାର ମିଳିପାରେ। ତେବେ ଦାନ୍ତର ଗଠନ କିମ୍ବା ଚୋବାଇବା ପ୍ରଣାଳୀରେ ସମସ୍ୟା ଥିଲେ ତାହାର ଯାଞ୍ଚ କରାଇବା ଆବଶ୍ୟକ।

ଜିଭ କଟିଗଲେ କ’ଣ କରିବେ?

ପ୍ରଥମେ ସଫା ପାଣିରେ ଧୀରେ ଧୀରେ କୁଳି କରି ପାଟିକୁ ସଫା କରନ୍ତୁ।

ରକ୍ତ ବାହାରୁଥିଲେ ସଫା ଗଜ୍‌ କିମ୍ବା କପଡ଼ା ଦ୍ୱାରା କ୍ଷତ ସ୍ଥାନରେ ହାଲୁକା  ଚାପ ଦିଅନ୍ତୁ।

କିଛି ସମୟ ପାଇଁ ଅତ୍ୟଧିକ ଗରମ, ରାଗଯୁକ୍ତ ଓ ଖଟା ଖାଦ୍ୟ