Tuesday, April 7, 2026
25.2 C
Odisha

    ବର୍ଦ୍ଧିତ ପେନସନ ନେବେନି ପ୍ରସାଦ ହରିଚନ୍ଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ପୂର୍ବତନ ବିଧାୟକଙ୍କ ପେନସନ ବାବଦକୁ ବଢ଼ିଥିବା ରାଶି ଗ୍ରହଣ କରିବେ ନାହିଁ ବୋଲି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ଘୋଷଣା କରିଛନ୍ତି। ଡବଲ ଇଞ୍ଜିନ ସରକାରରେ ଏବେ ଓଡ଼ିଶା ବିଧାନସଭାର ସଦସ୍ୟ ଓ ପୂର୍ବତନ ବିଧାୟକଙ୍କ ଦରମା ଓ ଭତ୍ତା ତିନି ଗୁଣ ବଢ଼ାଯାଇଛି। ଏ ଦରମା ଓ ଭତ୍ତା ବୃଦ୍ଧି ନିଷ୍ପତ୍ତିକୁ ନାପସନ୍ଦ କରୁଛି। ଏହାସହ କେତେକ ଲୋକ ପ୍ରତିନିଧି ଏକାଧିକ ଭତ୍ତା ନେଉଥିବା ପରିପ୍ରେକ୍ଷୀରେ ଏଥିରେ ଅଙ୍କୁଶ ଲଗାଇବାକୁ ସେ ଦାବି କରିଛନ୍ତି।

    ଶ୍ରୀ ହରିଚନ୍ଦନ କହିଛନ୍ତି, ଭତ୍ତା ପ୍ରଦାନକୁ ନେଇ ଥିବା ଆଇନ ଅନୁଯାୟୀ, ଦରମାପ୍ରାପ୍ତ ସଦସ୍ୟଙ୍କ ଦରମାରୁ ଭତ୍ତାକୁ ବାଦ ଦିଆଯାଇ ଦେୟ ପ୍ରଦାନ କରାଯାଏ। ଏହା ସହିତ ଜଣେ ସଦସ୍ୟ ଏକାଧିକ ଭତ୍ତା ନେଇ ପାରିବେ ନାହିଁ। କିନ୍ତୁ ବର୍ତ୍ତମାନ ଏହାର ଅନୁପାଳନ ହେଉ ନଥିବା ସେ କହିଛନ୍ତି। ୨୦୦୯ରେ ଗୃହର ସଦସ୍ୟ ଭାବରେ ସେ ସତ୍ୟବାଦୀରୁ ନିର୍ବାଚିତ ହେବାପରେ ଭତ୍ତାକୁ ବାଦ୍ ଦେଇ ଦରମା ଦେବା ପାଇଁ ବିଧାନସଭା ସଚିବାଳୟ ପ୍ରମୁଖ ଲେଖାକାର ଓ ସରକାରଙ୍କୁ ଲିଖିତ ଆକାରରେ ଜଣାଇବା ସହ ଅର୍ଥ ଫେରାଇଥିବା କହିଛନ୍ତି।

    ଶ୍ରୀ ହରିଚନ୍ଦନ କହିଛନ୍ତି, ବିଧାୟକ, ସାଂସଦମାନେ ନିଜ ନିଷ୍ପତ୍ତି ନିଜେ ନେଉଛନ୍ତି, ତେଣୁ ଏଭଳି ନିଷ୍ପତ୍ତି ନେବା କଥା ନୁହେଁ। ରାସ୍ତା ଉପରେ ତୃତୀୟ, ଚତୁର୍ଥ ଶ୍ରେଣୀର ତଳିଆ କର୍ମଚାରୀ ବସିଛନ୍ତି। ସେମାନଙ୍କର ହକ୍ ପ୍ରାପ୍ୟ ପ୍ରଦାନ ପାଇଁ ଶ୍ରୀ ହରିଚନ୍ଦନ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଏହି ବିଲ୍ ରହିଛି। ରାଜ୍ୟପାଳ ଏହି ବିଲ୍‌ର ପୁନର୍ବିଚାର ପାଇଁ ଗୃହକୁ ଫେରେଇ ଦେଇପାରିବେ। ଏହା ହେଲେ ସରକାରଙ୍କ ଚେତା ପଶିବ ଓ ସରକାର ବିଚାର କରିବେ ବୋଲି ପ୍ରସାଦ ଆଶାପ୍ରକଟ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.2 ° C
    25.2 °
    25.2 °
    69 %
    1.7kmh
    84 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ