Wednesday, July 22, 2026
23.5 C
Odisha

    ବର୍ଷକୁ ମାତ୍ର ଥରେ ସୁନାକୂଅ ଜଳରେ ସ୍ନାନ କରନ୍ତି ଚତୁର୍ଦ୍ଧାମୂର୍ତ୍ତି, ଜାଣନ୍ତୁ ଏହି ରହସ୍ୟମୟ କୂପ ବିଷୟରେ

    ଆଗକୁ ପଢନ୍ତୁ

    ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ସମସ୍ତେ ଚଳଚଞ୍ଚଳ ହୋଇଉଠନ୍ତି । ଭକ୍ତିମୟ ପରିବେଶ ଭିତରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି ମହାବାହୁ । ଲୋକାରଣ୍ୟ ଶ୍ରୀକ୍ଷେତ୍ର । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି ।

    ତେବେ ଏହି ଜଳ ଗୋଟିଏ ବର୍ଷ ପୂର୍ବରୁ ଗଚ୍ଛିତ ହୋଇ ରଖାଯାଇଥାଏ । କୁହାଯାଏ ଏହି ଜଳ ଯେଉଁ ସ୍ଥାନରୁ ଆସିଥାଏ ତାହାର ନାମ ‘ସୁନା କୂଅ’ । ତେବେ ଏହିଠାରୁ ହିଁ ଠାକୁରଙ୍କ ଲାଗି ପାଣି ଯାଇଥାଏ । ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ସୁବାସିତ ଜଳ , ପ୍ରଭୁ ବଳଭଦ୍ରଙ୍କୁ ୩୩ ଗରା ଏବଂ ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଏବଂ ଚକ୍ରରାଜ ପ୍ରଭୁ ଶ୍ରୀ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଏ ଏବଂ ଏହି ଦିନ ଗଜାନନ ବେଶରେ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି ।

    ଏହି ସୁନାକୂଅ କେଉଁଠି ଅଛି ? ଏହା ପଛର କଣ ରହିଛି କିମ୍ବଦନ୍ତୀ :

    ଶ୍ରୀମନ୍ଦିର ଭିତରେ ଅନେକ କୂଅ ରହିଛି । ତେବେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ନିକଟରେ ଥିବା ମା’ ଶୀତଳା ସମ୍ମୁଖ ଭାଗରେ ଯେଉଁ କୂଅ ରହିଛି ତାହାକୁ ସୁନା କୂଅ କୁହାଯାଏ ।  ଏହା ବର୍ଷ ସାରା ଆବୃତ ହୋଇ ରହିଥାଏ । ଏହି କୂପର ଜଳ ବର୍ଷ ସାରା କୌଣସି କାର୍ଯ୍ଯରେ ବ୍ୟବହାର ହୁଏନି । କେବଳ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଏହି କୂପ ଜଳରେ ଚତୁର୍ଦ୍ଧାମୂର୍ତ୍ତୀ ସ୍ନାନ କରିଥାନ୍ତି ସ୍ନାନ ମଣ୍ଡପରେ ।

    ବର୍ଷକୁ ମାତ୍ର ଥରେ ବ୍ୟବହାର ହୁଏ

    ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ସମସ୍ତେ ଚଳଚଞ୍ଚଳ । ଭକ୍ତିମୟ ପରିବେଶ ଭିତରେ ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଲୋକାରଣ୍ୟ ଶ୍ରୀକ୍ଷେତ୍ର । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି ।

    ତେବେ ଏହି ଜଳ ଗୋଟିଏ ବର୍ଷ ପୂର୍ବରୁ ଗଚ୍ଛିତ ହୋଇ ରଖାଯାଇଥାଏ । କୁହାଯାଏ ଏହି ଜଳ ଯେଉଁ ସ୍ଥାନରୁ ଆସିଥାଏ ତାହାର ନାମ ‘ସୁନା କୂଅ’ । ତେବେ ଏହିଠାରୁ ହିଁ ଠାକୁରଙ୍କ ଲାଗି ପାଣି ଯାଇଥାଏ । ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ସୁବାସିତ ଜଳ , ପ୍ରଭୁ ବଳଭଦ୍ରଙ୍କୁ ୩୩ ଗରା ଏବଂ ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଏବଂ ଚକ୍ରରାଜ ପ୍ରଭୁ ଶ୍ରୀ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଏ ଏବଂ ଏହି ଦିନ ଗଜାନନ ବେଶରେ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି ।

    ଏହି ସୁନାକୂଅ କେଉଁଠି ଅଛି ? ଏହା ପଛର କଣ ରହିଛି କିମ୍ବଦନ୍ତୀ :

    ଶ୍ରୀମନ୍ଦିର ଭିତରେ ଅନେକ କୂଅ ରହିଛି । ତେବେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ନିକଟରେ ଥିବା ମା’ ଶୀତଳା ସମ୍ମୁଖ ଭାଗରେ ଯେଉଁ କୂଅ ରହିଛି ତାହାକୁ ସୁନା କୂଅ କୁହାଯାଏ ।  ଏହା ବର୍ଷ ସାରା ଆବୃତ ହୋଇ ରହିଥାଏ । ଏହି କୂପର ଜଳ ବର୍ଷ ସାରା କୌଣସି କାର୍ଯ୍ଯରେ ବ୍ୟବହାର ହୁଏନି । କେବଳ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଏହି କୂପ ଜଳରେ ଚତୁର୍ଦ୍ଧାମୂର୍ତ୍ତୀ ସ୍ନାନ କରିଥାନ୍ତି ସ୍ନାନ ମଣ୍ଡପରେ ।

    ବର୍ଷକୁ ମାତ୍ର ଥରେ ବ୍ୟବହାର ହୁଏ ସୁନାକୂଅର ଜଳ:

    କୂଅର ନାମ ଯେଭଳି ନିଆରା ଏହି କୂଅର ଜଳ ମଧ୍ୟ ସେତିକି ସ୍ବତନ୍ତ୍ର । କେବଳ ବର୍ଷରେ ଥରେ ଏହି କୂପ ଜଳ କଢ଼ାଯାଇ ସ୍ନାନ ମଣ୍ଡପରେ ସ୍ନାନ ଯାତ୍ରା ଦିନ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରିଥାନ୍ତି । ତେବେ ବର୍ଷକୁ ଥରେ କାହିଁକି ଏହି କୂପ ଜଳ ବ୍ୟବହାର ହୁଏ, ଅନ୍ୟ କୌଣସି ଦିନରେ ଏହି ଜଳ କାହିଁକି ବ୍ୟବହାର ହୁଏ ନାହିଁ ତାହାର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । ତେବେ କୁହାଯାଏ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଭାରତର ଥିବା ସବୁ ତୀର୍ଥ ଜଳ ଏହି କୂପକୁ ଆସିଥାଏ । ସ୍ନାନଯାତ୍ରା ସରିବା ପରେ ଏହି କୂପରୁ ସବୁ ତୀର୍ଥ ଜଳ ଅନ୍ତର୍ଦ୍ଧାନ ହୋଇଯାଆନ୍ତି । ଏଣୁ ଏହି କୂପର ଜଳକୁ ବର୍ଷକୁ ଗୋଟିଏ ଦିନ ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ସ୍ନାନ ପାଇଁ ବ୍ୟବହାର ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    95 %
    2.8kmh
    100 %
    Wed
    25 °
    Thu
    27 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ