Monday, September 28, 2026
27.5 C
Odisha

    ମଙ୍ଗଳବାରରେ ଜାଣନ୍ତୁ ପବନପୁତ୍ରଙ୍କ ଅଲୌକିକ ଶକ୍ତିର ରହସ୍ୟ

    ଆଗକୁ ପଢନ୍ତୁ

    ମଙ୍ଗଳବାରଦିନ ଭଗବାନ ମହାବୀରଙ୍କ ପୂଜାଚ୍ଚର୍ନା ପାଇଁ ଶୁଭ ବାର ବୋଲି ବିବେଚନା କରାଯାଏ । ଏହି ମଙ୍ଗଳବାରର ଦିନରେ ଜଣେ ଅଦ୍ଭୁତ ଓ ଶକ୍ତିଶାଳୀ ଦେବଭକ୍ତ, ପବନପୁତ୍ର ହନୁମାନଙ୍କ ସହ ଜଡିତ କିଛି ରହସ୍ୟମୟ ତଥ୍ୟ ବିଷୟରେ ଆସନ୍ତୁ ଜାଣିବା ।

    ପୌରାଣିକ କଥା ଅନୁସାରେ, ହନୁମାନ କେବଳ ଅପାର ଶକ୍ତିର ଅଧିକାରୀ ନୁହେଁ, ସେ ଚିରଞ୍ଜୀବୀ ମଧ୍ୟ । ଅର୍ଥାତ୍, ସେ ଆଜି ମଧ୍ୟ ଏହି ପୃଥିବୀରେ ବିଦ୍ୟମାନ ଅଛନ୍ତି ବୋଲି ବିଶ୍ୱାସ କରାଯାଏ । ଏହି କାରଣରୁ ଅନେକ ଭକ୍ତଙ୍କ ମନରେ ଧାରଣା ରହିଛି ଯେ, ସତ୍ୟ ଭକ୍ତି ଓ ନିଷ୍ଠା ସହ ଡାକିଲେ ହନୁମାନ ନିଶ୍ଚୟ ସାହାଯ୍ୟ କରନ୍ତି । ଆଉ ଏକ ରହସ୍ୟ ହେଉଛି, ତାଙ୍କ ବାଲ୍ୟକାଳରେ ହନୁମାନ ସୂର୍ଯ୍ୟଙ୍କୁ ଏକ ପାଚିଲା ଫଳ ବୋଲି ଭାବି ଆକାଶକୁ ଉଡ଼ି ଯାଇଥିଲେ । ତାଙ୍କର ଏହି ଅସାଧାରଣ ଶକ୍ତି ଦେଖି ଦେବତାମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ପରେ ଋଷିମାନଙ୍କ ଅଭିଶାପ ଯୋଗୁଁ ସେ ନିଜର ଶକ୍ତିକୁ କିଛି ସମୟ ପର୍ଯ୍ୟନ୍ତ ଭୁଲି ଯାଇଥିଲେ । କିନ୍ତୁ ସଠିକ୍ ସମୟରେ ସେହି ଶକ୍ତି ପୁଣି ଜାଗ୍ରତ ହୋଇଥିଲା, ଯାହାର ପ୍ରମାଣ ଆମେ ରାମାୟଣରେ ଦେଖିଥାଉ। ଅନେକ ପ୍ରାଚୀନ କଥାରେ ଉଲ୍ଲେଖ ମିଳେ ଯେ, ଯେଉଁଠାରେ ଶ୍ରୀରାମଙ୍କ ନାମର କୀର୍ତ୍ତନ କିମ୍ବା ରାମାୟଣ ପାଠ ହୁଏ, ସେଠାରେ ହନୁମାନ ଅଦୃଶ୍ୟ ରୂପରେ ଉପସ୍ଥିତ ରହନ୍ତି। ଏହି ବିଶ୍ୱାସ ଆଜି ମଧ୍ୟ ଲକ୍ଷ ଲକ୍ଷ ଭକ୍ତଙ୍କ ମନରେ ଜୀବନ୍ତ ଅଛି।

    ହନୁମାନଙ୍କ ବିଷୟରେ ଆଉ ଏକ ଆକର୍ଷଣୀୟ କଥା ହେଉଛି, ସେ ନିଜର ଅପାର ଶକ୍ତି ସତ୍ତ୍ୱେ କେବେ ଅହଂକାର କରିନଥିଲେ। ସେ ସବୁବେଳେ ନିଜକୁ ଶ୍ରୀରାମଙ୍କ ସେବକ ବୋଲି ପରିଚୟ ଦେଇଥିଲେ । ତାଙ୍କର ନମ୍ରତା, ଭକ୍ତି ଓ ନିଷ୍ଠା ତାଙ୍କୁ ଅନନ୍ୟ କରିଛି । ତେବେ ହନୁମାନଙ୍କ ସହ ଜଡିତ ଏହି କାହାଣୀଗୁଡ଼ିକ ଧାର୍ମିକ ପରମ୍ପରା ଓ ପୌରାଣିକ ବିଶ୍ୱାସ ଉପରେ ଆଧାରିତ । ଯାହାକୁ ଆସ୍ଥାର ପରିପ୍ରେକ୍ଷୀରେ ଦେଖାଯାଏ ।  ଏଥିସହ ଏହି ଅଦ୍ଭୁତ ରହସ୍ୟ ଚିରସ୍ମରଣୀୟ ହୋଇରହିଛି  ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ