ଗ୍ରୀଷ୍ମ ଯାଇ ବର୍ଷା ପ୍ରବେଶ କଲା।ଏଥିରେ ବର୍ଷାଋତୁ ନିଜ ସାଥିରେ ଅନେକ ରୋଗକୁ ନେଇ ଆସିଥାଏ । ବଦଳୁଥିବା ଋତୁରେ ସଂକ୍ରମିତ, ଥଣ୍ଡା-କାଶ ଏବଂ ଫ୍ଲୁ ଭଳି ରୋଗ ବହୁତ ଜଲଦି ଲୋକମାନଙ୍କୁ ନିଜ ଆୟତକୁ ଆଣିଥାଏ । ତେଣୁ ଆପଣମାନେ ନିଜ ଖାଇବା-ପିଇବାର ଧ୍ୟାନ ରଖିବା ବହୁତ୍ ଜରୁରୀ । ତେଣୁ ନିଜକୁ ସୁସ୍ଥ ରଖିବା ପାଇଁ
ବର୍ଷା ଋତୁରେ ଏହିସବୁକୁ ଖାଦ୍ୟ ଖାଆନ୍ତୁ :-
ସୁପ୍ : ଅଧିକାଂଶ ଲୋକମାନେ ବର୍ଷାଋତୁରେ ଜମେଇକି ଚାଟ୍-ପକୁଡି ଖାଇଥାନ୍ତି । ଏହା ଆମ ଶରୀରକୁ ଖୁବ୍ କ୍ଷତି ହୋଇଥାଏ । ବର୍ଷା ଦିନରେ ଚାଟ୍ ପକୁଡିକୁ ଛାଡି ସୁପ୍ ଖାଇବାର ଅଭ୍ୟାସ କରନ୍ତୁ । ଏହା ବହୁତ କମ୍ ସମୟରେ ଏବଂ ଜଲଦି ହଜମ ହୋଇଯାଇଥାଏ ଯାହା ଆପଣଙ୍କ ଶରୀର ପାଇଁ ଖୁବ୍ ଭଲ ।
ଡାକ୍ତମାନେ ସୁପରେ ଅଦା, ରସୁଣ ଏବଂ ଗରମ-ମସଲା ପକାଇକି ପିଇବା ପାଇଁ ପରାର୍ମଶ ଦେଇଥାନ୍ତି । ଏଥିରୁ କେବଳ ସୁପର ଟେଷ୍ଟ୍ ବଢି ନଥାଏ ବଂର ଆପଣଙ୍କ ଇମିନୋ ସିଷ୍ଟମକୁ ମଜଭୁତ ରଖିବାରେ ସାହାଯ୍ୟ କରିଥାଏ । ସିଝା ପନିପରିବା
ବର୍ଷାଋତୁରେ ସିଝା ଯାଇଥିବା ପନିପରିବା ହିଁ ଖାଆନ୍ତୁ । ପରିବାକୁ ଅଳ୍ପ ସିଝାଇ ଖାଇବା ଦ୍ବାରା ଏଥିରେ ଥିବା ସମସ୍ତ ପୋଷକ ତତ୍ବ ମଜଭୁତ ରହିଥାଏ । କିନ୍ତୁ ଶରୀରକୁ ହାନି ପହଂଚାଉଥିବା ଜୀବାଣୁ ନଷ୍ଟ ହୋଇଯାଇଥାନ୍ତି । ସିଝା ହୋଇଥିବା ବ୍ରୋକୋଲି, ଗାଜର, ଛତୁ ଏବଂ ଟମାଟୋ ଖାଇବା ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ ।
ସମୃଦ୍ଧି : ବର୍ଷାରେ ଜୁସ୍ ବଦଳରେ ସମୃଦ୍ଧି ପିଇବା ଅଧିକ ଲାଭଦାୟକ ହୋଇଥାଏ । ତଟକା ପନିପରିବା ଏବଂ ଫଳରେ ପ୍ରସ୍ତୁତ ସମୃଦ୍ଧି ଅଧିକ ପୁଷ୍ଟିକର ହୋଇଥାଏ ।
ଅଧିକ ସିଝୁଥିବା ଖାଦ୍ୟ ଖାଆନ୍ତୁ ନାହିଁ। ବର୍ଷାଋତୁରେ ଅଧିକ ସିଝୁଥିବା ଖାଦ୍ୟ ତଥା: ପାଳଙ୍ଗ, କୁକୁଡା ମାଂସ, କୋବି ଏହା ଖାଇବା ଉଚିତ୍ ନୁହେଁ । କମଳା, ଆମ୍ବ, ଟମାଟୋ ଅଧିକ ମାତ୍ରାରେ ଖାଇବା ଉଚିତ୍ ।
ଡ୍ରାଏ ଫୁଡସ୍ : ବର୍ଷା ଋତୁରେ ଡ୍ରାଏ ଫୁଡସ୍ ଅଧିକ ଖାଆନ୍ତୁ । ଏହା ଶରୀରର ଇମିୟୁନିଟି ବଢାଇଥାଏ । ଶରୀରରେ ଶକ୍ତି ଆସିବା ଯୋଗୁଁ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
ତୁଳସୀପତ୍ର ଚା : ବର୍ଷା ଏବଂ ଚା’ର ସଂପର୍କ ବହୁତ ଘନିଷ୍ଠ । କିନ୍ତୁ ବର୍ଷା ଋତୁରେ ତୁଳସୀପତ୍ରରେ ପ୍ରସ୍ତୁତ ଚା’ ପିଅନ୍ତୁ । ତୁଳସୀରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍ ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ ।