Wednesday, July 29, 2026
24 C
Odisha

    ବର୍ଷା ପାଇଁ ଫୁଲୁଛି ମୁଣ୍ଡଳୀ ନଦୀ, ବ୍ରିଜ ଦେଇ ୬ ଲକ୍ଷ ୬୯ ହଜାର କ୍ୟୁସେକ ଜଳ ପ୍ରବାହିତ

    ଆଗକୁ ପଢନ୍ତୁ

    କଟକ : ଫୁଲୁଛି ନଦୀ । ବୃଦ୍ଧି ପାଉଛି ଜଳସ୍ତର। କଟକ ମୁଣ୍ଡଳୀ ବ୍ରିଜ ଦେଇ ପ୍ରତି ସେକେଣ୍ଡ ପିଛା ୬ ଲକ୍ଷ ୬୯ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ୧୦ ଟି ଯାକ ଗେଟ ଦେଇ ପ୍ରବାହିତ ହେଉଛି ଜଳ । ମୁଣ୍ଡଳୀଠାରେ ବିପଦ ସଙ୍କେତ ୯୫.0୫ ଫୁଟ ରହିଥିବା ବେଳେ ଏବେ ଜଳସ୍ତର ରହିଛି ୮୮.୨୦ ଫୁଟ । ସେହିପରି ନରାଜ ବ୍ୟାରେଜ ଦେଇ କାଠଯୋଡ଼ି ନଦୀକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୩୬ ହଜାର ୨୦୧ କ୍ୟୁସେକ ଜଳ ଛଡ଼ା ଯାଉଛି । ଅବଶିଷ୍ଟ ଜଳ ମହାନଦୀ ଦେଇ ପ୍ରବାହିତ ହେଉଛି । ସମସ୍ତ ୪୬ ଟି ଯାକ ଗେଟ୍ ଆଂଶିକ ଭାବରେ ଖୋଲା ରଖାଯାଇଛି । ନରାଜଠାରେ ବିପଦ ସଙ୍କେତ ୨୬.୪୧ ମିଟର ରହିଥିବା ବେଳେ ଏବେ ଜଳସ୍ତର ରହିଛି ୨୫.୭୫ ମିଟର । ଉଭୟ ସ୍ଥାନରେ ବିପଦ ସଙ୍କେତ ତଳେ ରହିଛି ଜଳସ୍ତର । ସେପଟେ ବାଙ୍କୀ ତଳିଆ ଅଞ୍ଚଳ ବିଲିପଡ଼ା, ତାଳବସ୍ତ ଆଦି ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି । ଆଗକୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଲେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯିବ । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳବାସୀ ।

    ସେହିପରି ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା ହେଲେ ଜଳକା, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ ଫୁଲିବା ଆଶଙ୍କା ରହିଛି । ବ୍ରାହ୍ମଣୀରେ କ୍ରମାଗତ ଭାବେ ଜଳସ୍ତର ବଢ଼ିବାରେ ଲାଗିଛି । ଆସନ୍ତା ୨୯ତାରିଖ ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବ । ଏଥିପାଇଁ ନଦୀର ଜଳସ୍ତର ବଢ଼ିଲେ ବି ଏହା ସମୁଦ୍ରକୁ ନିଷ୍କାସିତ ହୋଇପାରିବନି । ଏସବୁର ପ୍ରଭାବରେ ମହାନଦୀ ସମେତ ଅନ୍ୟ ନଦୀ ଫୁଲିବା ଆଶଙ୍କା କରାଯାଉଛି । ତେଣୁ ନଦୀର ତଳିଆ ଅଞ୍ଚଳରେ ଆକସ୍ମିକ ବନ୍ୟା ଓ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇପାରେ । ଲଗାଣ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ କମିଶନର ବିଭିନ୍ନ ଜିଲ୍ଲାକୁ ଏ ନେଇ ସତର୍କ କରାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    96 %
    2.1kmh
    99 %
    Wed
    25 °
    Thu
    30 °
    Fri
    30 °
    Sat
    29 °
    Sun
    31 °

    ସମ୍ବନ୍ଧିତ