Wednesday, October 7, 2026
22.5 C
Odisha

    ବର୍ଷେ ହେଲା ବଙ୍କା ତ୍ରିଶୂଳରେ ଲାଗି ହେଉଛି ନେତ

    ଆଗକୁ ପଢନ୍ତୁ

    ଆରଡି : ଆଖଣ୍ଡଳମଣିଙ୍କ ମନ୍ଦିରର ଦୀର୍ଘ ୧ ବର୍ଷ ହେବ କାଳବୈଶାଖୀ ଝଡତୋଫାନରେ ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଳିର ତ୍ରିଶୂଳ ବାଙ୍କି ଯିବା ସହ ବାମପାର୍ଶ୍ବ ତ୍ରିଶୂଳ ଅର ଅଧାରୁ ଭାଙ୍ଗି ଖସି ପଡିଥିଲା। ଏ ବାବଦରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାର ହେବା ପରେ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗକୁ ଚିଠି କରାଯାଇଥିଲା। ବିଭାଗ ପକ୍ଷରୁ ତ୍ରିଶୂଳ ଯାଞ୍ଚ କରାଯିବା ସହ ସାମାନ୍ୟ ମରାମତି କରାଯାଇଥିଲେ ମଧ୍ୟ ବର୍ଷେ ହେବ ବଙ୍କା ତ୍ରିଶୂଳରେ ନେତ ଲାଗି କରାଯାଉଛି। ଏପରିକି ମନ୍ଦିରକୁ ସୁରକ୍ଷା ପାଇଁ ଲାଗିଥିବା ଆର୍ଥିଂ ଦୁର୍ବଳ ହୋଇପଡିଥିବାରୁ ଦଧିନଉତିର ଚୂଳି ଓ ଚେନ କଡି ଦୁର୍ବଳ ହୋଇପଡିବା ସହ ଅନେକ ସ୍ଥାନରେ ଫାଟ ଦେଖା ଦେଇଛି। ଏଥିସହ ମୁଖ୍ୟମନ୍ଦିରର ଥିବା ବାଘ ଓ ସଖୀ ସ୍ଥାନରେ ବଡବଡ ବର ଅଶ୍ବତ୍ଥ ଗଛ ଉଠିଥିଲେ ମଧ୍ୟ କାହାରି ନିଘା ନାହିଁ। ମଣିବାବାଙ୍କ ପୀଠ ରାଜ୍ୟର ଏକ ପୁରାତନ ପର୍ଯ୍ୟଟନକ୍ଷେତ୍ର ହୋଇଥିବାରୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ପୀଠକୁ ଆସିଥାନ୍ତି। ଆଗନ୍ତୁକ ଭକ୍ତ ପୀଠକୁ ପ୍ରବେଶ କରିବା ମାତ୍ରେ ମଣିବାବାଙ୍କ  ଦଧିନଉତିରେ ଲାଗି ହୋଇଥିବା ନେତକୁ ଦର୍ଶନ କରି ପ୍ରଣାମ କରିଥାନ୍ତି। ହେଲେ ଦୀର୍ଘ ବର୍ଷ ହେବ ଦଧିନଉତିର ତ୍ରିଶୂଳ ବଙ୍କା ହୋଇଯାଇ ଗୋଟିଏ ପାର୍ଶ୍ବକୁ ଢଳି ରହିଥିବାରୁ ଭକ୍ତଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇବାରେ ଲାଗିଛି। ଆଗକୁ ମଣିବାବାଙ୍କର ପ୍ରସିଦ୍ଧ ଶିବବିବାହ ଉତ୍ସବ ଅଛି। ଏହି ଅବସରରେ ଦେବଦମ୍ପତିଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏଥିପୂର୍ବରୁ ବଙ୍କା ତ୍ରିଶୂଳର ସ୍ଥାୟୀ ମରାମତି ସହ ଦୁର୍ବଳ ଦଧିନଉତିର ମରାମତି ପାଇଁ ଭକ୍ତ ଓ ସେବାୟତମାନେ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ