Friday, April 3, 2026
36.1 C
Odisha

    ବଳକା ତେଲ ବ୍ୟବହାର କରୁଥିଲେ ସାବଧାନ

    ଆଗକୁ ପଢନ୍ତୁ

    ଚଟପଟା ଖାଦ୍ୟ ସଭିଙ୍କୁ ବେଶ୍‌ ପସନ୍ଦ। ଛୋଟଠାରୁ ବଡ଼ ସମସ୍ତେ ଏହାକୁ ଆଗ୍ରହରେ ଖାଇ ଥାଆନ୍ତି। ଏପଟେ ଭାରତୀୟ ଖାଦ୍ୟରେ ତେଲର ଭୂମିକା ମଧ୍ୟ ଯଥେଷ୍ଟ ଅଧିକ। ପକୁଡ଼ି ତିଆରିଠୁ ନେଇ ଛୁଙ୍କ ଲଗାଇବା ପର୍ଯ୍ୟନ୍ତ ସବୁଥିରେ ତେଲର ବ୍ୟବହାର ହୁଏ। ଏହା ଖାଦ୍ୟର ସ୍ବାଦ ଏବଂ ବାସ୍ନା ବଢ଼ାଇଥାଏ। ଅନେକଙ୍କ ଘରେ ଥରେ ବ୍ୟବହୃତ ତେଲ ବଳିଗଲେ ତାକୁ ବାରମ୍ବାର ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରିଥାନ୍ତି। କିନ୍ତୁ ଜାଣନ୍ତି, ବଳକା ତେଲର ପୁନଃ ଉପଯୋଗ ସ୍ବାସ୍ଥ୍ୟ ପାଇଁ କେତେ ବିପଜ୍ଜନକ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଯଦି ତେଲରେ ଥରେ କୌଣସି ଜିନିଷ ଫ୍ରାଏ କରିଦିଆଯାଏ, ତେବେ ତାକୁ ଅନ୍ୟ ବ୍ୟଞ୍ଜନରେ ବ୍ୟବହାର ଦ୍ୱାରା ପ୍ରି ରାଡିକାଲ୍ସ ଜନ୍ମ ନେଇଥାଏ। ଏହାଦ୍ୱାରା ଶରୀରରେ ଜ୍ୱଳନ, ଗ୍ୟାଷ୍ଟ୍ରିକ ସାଙ୍ଗକୁ ଆହୁରି ଅନେକ ରୋଗ ଉତ୍ପନ୍ନ ହୁଏ। ଏହି ପ୍ରି ରାଡିକାଲ୍ସ ଶରୀରର ସୁସ୍ଥ କୋଷିକା ସହ ନିଜକୁ ଯୋଡ଼ିଦିଏ। ଏଥିରୁ ଅନେକ ସମୟରେ କ୍ୟାନସର୍‌ ଉତ୍ପନ୍ନ ହୋଇଥାଏ। ଏହାଛଡ଼ା ଶରୀରରେ ଖରାପ କୋଲେଷ୍ଟୋରଲ ଜନ୍ମ ନେଇଥାଏ, ଯାହାଦ୍ୱାରା ଧମନୀରେ ରକ୍ତ ଜମାଟ ବାନ୍ଧିଯାଏ। ଯଦି ବଳକା ତେଲର ଉପଯୋଗ କରିବାକୁ ଚାହୁଁଛନ୍ତି , ତେବେ ଏହାକୁ ଥଣ୍ଡା ହେବା ପରେ ଏୟାରଟାଇଟ ଡବାରେ ବନ୍ଦ କରି କିଛିସମୟ ରଖିଦିଅନ୍ତୁ। ଏହାଦ୍ୱାରା ତେଲରେ ଥିବା ଫୁଡ ପାର୍ଟିକିଲ୍ସ ବାହାରିଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ