Friday, September 11, 2026
23.8 C
Odisha

    ବଳଙ୍ଗାରେ ବେଆଇନ ବାଲିଘାଟ ଉପରେ ବଡ଼ ଚଢ଼ାଉ, ୧୮ ହାଇୱା ଓ ୨ ଜେସିବି ଜବତ

    ଆଗକୁ ପଢନ୍ତୁ

    ଗୋପ : ବଳଙ୍ଗାରେ ବଡ଼ ଧରଣର ରେଡ ବେଆଇନ ବାଲି ଘାଟ ଉପରେ ଚଢ଼ାଉ ହୋଇଛି । ପୁରୀ ଖଣି ବିଭାଗ ଓ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ବଳଙ୍ଗା ଥାନା ଅନ୍ତର୍ଗତ ଭାର୍ଗବୀ ନଦୀର ତେରହଳ ଅଞ୍ଚଳରେ ଚାଲୁଥିବା ବେଆଇନ ବାଲି ଘାଟ ଉପରେ ବିଳମ୍ବିତ ରାତିରେ ବଡ଼ ଧରଣର ଚଢ଼ାଉ କରାଯାଇଛି । ଏହି ଅଭିଯାନ ସମୟରେ ୧୮ଟି ବାଲି ବୋଝେଇ ହାଇୱା ଓ ୨ଟି JCB ଜବତ କରାଯାଇଥିବା ସୂଚନା ମିଳିଛି ।

    ସେହିପରି ଘଟଣାସ୍ଥଳରୁ ୧୦ରୁ ଅଧିକ ଲୋକଙ୍କୁ ବଳଙ୍ଗା ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ତେରହଳ ଅଞ୍ଚଳରେ ଦୀର୍ଘ ଦିନ ଧରି ବେଆଇନ ବାଲି ଉତ୍ତୋଳନ ଓ ପରିବହନ ଚାଲୁଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ରହିଥିଲା । ଅବଶେଷରେ ପ୍ରଶାସନର ଏହି ବଡ଼ କାର୍ଯ୍ୟାନୁଷ୍ଠାନ ପରେ ସମଗ୍ର ବଳଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    97 %
    1.7kmh
    98 %
    Fri
    24 °
    Sat
    25 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ