Saturday, March 14, 2026
23.2 C
Odisha

    ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବିଜେଡିର ପୁରୀ ବନ୍ଦ ଡାକରା,ଆସନ୍ତା ୭ ତାରିଖରେ ୬ ଘଣ୍ଟିଆ ପୁରୀ ବନ୍ଦ

    ଆଗକୁ ପଢନ୍ତୁ

    ପୁରୀ: ଆସନ୍ତା ୭ ତାରିଖରେ ପୁରୀ ବନ୍ଦ । ୬ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଛି ବିଜେଡି । ସକାଳ ୬ ଟା ଠାରୁ ଦିନ ୧୨ ଟା ଯାଏ ବନ୍ଦ ରହିବ ପୁରୀ । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ଏହି ବନ୍ଦ ଡାକରା ଦେଇଛି ଦଳ ।

    ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ ସରକାର ଘଟଣାର ସତ୍ୟ ଉନ୍ମୋଚନ କରନ୍ତୁ ବୋଲି ଦାବି କରିଛି ବିଜୁ ଜନତା ଦଳ । ଏହା ସହ ଜାଣିଶୁଣି ଦୋଷୀକୁ ଚିହ୍ନଟ କରୁନଥିବା ଅଭିଯୋଗ କରିଛି ବିଜେଡ଼ି। ତୁରନ୍ତ ସତ୍ୟତା ସାମ୍ନାକୁ ନ ଆସିଲେ ବିଜେଡ଼ି ଆନ୍ଦୋଳନ ଜାରି ରଖିବ ବୋଲି କହିଛନ୍ତି ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଉମାକାନ୍ତ ସାମନ୍ତରାୟ ।

    ସେପଟେ ବିଜେପି କହିଛି, ସରକାର ମହିଳା ବିରୋଧୀ ଅପରାଧରେ ଶୁନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି। ଦୋଷୀ ଯିଏ ବି ହେଉ ଗିରଫ ହେଉଛନ୍ତି। ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ବି ହେଉଛି। ବିଜେଡି ରାଜନୀତି ନକରି ବିତର୍କକୁ ଆସୁ ବୋଲି କହିଛନ୍ତି ଅମର ନାୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    50 %
    2.3kmh
    0 %
    Fri
    23 °
    Sat
    38 °
    Sun
    38 °
    Mon
    39 °
    Tue
    38 °

    ସମ୍ବନ୍ଧିତ