Monday, March 23, 2026
22 C
Odisha

    ବାଂଲାଦେଶକୁ ଛାରଖାର କଲେଣି ବିକ୍ଷୋଭକାରୀ; ଜଳିଗଲେ ୨୪ ଜଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ନବାଂଲାଦେଶରେ ଏକ ହୋଟେଲରେ ନିଆଁ ଲାଗି ୨୪ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଏହି ହୋଟେଲରେ ନିଆଁ ଲଗାଇ ଦିଆଯାଇଥିଲା । ଜାବିର ଇଣ୍ଟରନ୍ୟାସନାଲ ହୋଟେଲର ମାଲିକାନା ଆୱାମୀ ଲିଗ୍ ର ଜଣେ ଘନିଷ୍ଠ ସଦସ୍ୟଙ୍କ ପାଖରେ ଥିଲା । ବାଂଲାଦେଶର ଦୈନିକ ଖବରକାଗଜ ‘ଡେଲି ଷ୍ଟାର’ ଅନୁଯାୟୀ, ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ଧାରକାରୀ ଦଳକୁ ୧୨ ଘଣ୍ଟା ସମୟ ଲାଗିଥିଲା । ଖବରକାଗଜରିପୋର୍ଟ ଅନୁଯାୟୀ, ବିକ୍ଷୋଭକାରୀମାନେ ଅଗ୍ନିଶମ କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ହୋଟେଲରେ ପହଞ୍ଚିବାକୁ ଦେଇନଥିଲେ, ଯାହା ଫଳରେ ଉଦ୍ଧାର କାର୍ଯ୍ୟ ବହୁତ ବିଳମ୍ବରେ ଆରମ୍ଭ ହୋଇଥିଲା । ଏହି ହୋଟେଲ ବାଂଲାଦେଶର ଦକ୍ଷିଣ-ପଶ୍ଚିମରେ ଥିବା ଜେସୋର ସହରରେ ଅବସ୍ଥିତ । ଏହି ହୋଟେଲର ମାଲିକାନା ଜେସୋର ଜିଲ୍ଲାର ଆୱାମୀ ଲିଗ୍ ର ଦଳର ସାଧାରଣ ସମ୍ପାଦକ ଶାହିନ ଚକଲଦାରଙ୍କ ପାଖରେ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ୧୯୮୦ ଦଶକରୁ ଆୱାମୀ ଲିଗ୍ ଦଳର ମୁଖ୍ୟ ଅଛନ୍ତି ।ଦୀର୍ଘ ଦିନର ଛାତ୍ର ଆନ୍ଦୋଳନ ପରେ ସୋମବାର ଶେଖ୍ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଶେଖ୍ ହସିନା ବାଂଲାଦେଶ ଛାଡ଼ି ଚାଲିଯାଇଛନ୍ତି । ଏହାପରେ ସେନା ପକ୍ଷରୁ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରାଯାଇଥିଲେ ହେଁ ବାଂଲାଦେଶର ବିଭିନ୍ନ ଅଞ୍ଚଳରୁ ହିଂସା, ଲୁଟ୍ ଓ ନିଆଁ ଲଗାଇବାର ଖବର ଆସୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    34 %
    1.4kmh
    1 %
    Sun
    22 °
    Mon
    33 °
    Tue
    36 °
    Wed
    38 °
    Thu
    39 °

    ସମ୍ବନ୍ଧିତ