Friday, April 3, 2026
29.7 C
Odisha

    ବାଂଲାଦେଶରେ ଭୀଷଣ ହିଂସା: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ, ଛାଡିଲେ ଦେଶ

    ଆଗକୁ ପଢନ୍ତୁ

    ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଶତାଧିକ ବିକ୍ଷୋଭକାରୀ ତାଙ୍କ ବାସଭବନ ଢାକା ପ୍ୟାଲେସରେ ପ୍ରବେଶ କରିଥିଲେ। ଏହା ପରେ ସେ ସାମରିକ ହେଲିକପ୍ଟରରେ ଭାରତ ଯାଇଛନ୍ତି। ଏହି ସୂଚନା ପ୍ରୋଟମ ଆଲୋ ଡେଲି ଦ୍ୱାରା ଦିଆଯାଇଛି । ଶେଖ ହସିନାଙ୍କୁ ନେଇ ଯାଉଥିବା ସାମରିକ ହେଲିକପ୍ଟର ସୋମବାର ଅପରାହ୍ନ ପ୍ରାୟ ୨ଟା ୩୦ରେ ବଙ୍ଗଭବନରୁ ବାହାରିଥିଲା। ସେତେବେଳେ ତାଙ୍କ ସାନ ଭଉଣୀ ଶେଖ ରେହାନା ମଧ୍ୟ ତାଙ୍କ ସହ ଥିଲେ। ସମ୍ପୃକ୍ତ ସୂତ୍ରରୁ ପ୍ରକାଶ ଯେ ସେ ହେଲିକପ୍ଟର ଯୋଗେ ପଶ୍ଚିମବଙ୍ଗ ଯାଇଛନ୍ତି। ଏଥି ସହିତ ପଡୋଶୀ ଦେଶରେ ଇଣ୍ଟରନେଟ ସେବା ସଂପୂର୍ଣ୍ଣ ରୂପେ ଅଟକି ରହିଛି। ଗତ ମାସରେ, ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଛାତ୍ର ଗୋଷ୍ଠୀ ଦ୍ୱାରା କରାଯାଇଥିବା ପ୍ରଦର୍ଶନ ସମୟରେ ହୋଇଥିବା ହିଂସାରେ ଅତି କମରେ ୧୫୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    34 %
    2.3kmh
    77 %
    Fri
    30 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ