Sunday, March 16, 2025
39.4 C
Odisha

ବାଂଲାଦେଶୀ ମାଛଧରା ବୋଟ୍ ଜବତ: ୭୮ ଅଟକ

ଆଗକୁ ପଢନ୍ତୁ

ପାରାଦୀପ : ଭାରତୀୟ ଜଳସୀମା ମଧ୍ୟରେ ବେଆଇନ୍ ଭାବେ ପ୍ରବେଶ କରି ମାଛ ଧରୁଥିବା ବେଳେ ଭାରତୀୟ କୋଷ୍ଟଗାର୍ଡ ଦୁଇଟି ବାଂଲାଦେଶୀ ମାଛଧରା ବୋଟ୍‌କୁ ଜବତ କରିଛି । ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ଜାରି ପ୍ରେସ୍ ଇସ୍ତାହାରରୁ ସୂଚନା ମିଳିଛି ଯେ, ସୋମବାର ଦିନ ସକାଳ ପ୍ରାୟ ୭ଟା ସମୟରେ ଭାରତୀୟ ଜଳସୀମା ନିକଟରେ କୋଷ୍ଟଗାର୍ଡ ଜାହାଜ ଅମୋଘ ମୁତୟନ ହୋଇଥିଲା । ଏହି ସମୟରେ ଭାରତୀୟ ଜଳସୀମା ମଧ୍ୟରେ ବାଂଲାଦେଶରେ ପଞ୍ଜିକୃତ ମାଛଧରା ବୋଟ୍ ଏଫ୍‌ଭି ଲୈଲା-୨ ଏବଂ ଏଫ୍‌ଭି ମେଘନା-୫ ବେଆଇନ୍ ଭାବେ ପ୍ରବେଶ କରି ମାଛ ଧରୁଥିଲେ । ଭାରତୀୟ କୋଷ୍ଟଗାର୍ଡ ସେଠାରେ ପହଞ୍ଚି ଛାନ୍‌ଭିନ୍ କରିଥିଲେ । ଭାରତୀୟ ଜଳସୀମା ମଧ୍ୟରେ ବେଆଇନ୍ ଭାବେ ପ୍ରବେଶ କରିଥିବାରୁ ଅର୍ନ୍ତଜାତୀୟ ନୌବାଣିଜ୍ୟିକ ଆଇନ୍ ଅନୁଯାୟୀ ଏହି ଦୁଇଟି ଜାହାଜକୁ ଜବତ କରି ପାରାଦୀପ ଅଣାଯାଉଛି । ଏହି ଏଫଭି ଲୈଲା-୨ ମାଛ ଧରା ବୋଟ୍‌ରେ ୪୧ ଜଣ ଓ ଏଫଭି ମେଘନା-୫ରେ ୩୭ ଜଣ ମୋଟ୍ ୭୮ଜଣଙ୍କୁ ଧରି କୋଷ୍ଟଗାର୍ଡ ଜାହାଜ ଅମୋଘ ପାରାଦୀପ ଫେରୁଥିବା କୋଷ୍ଟଗାର୍ଡ ପକ୍ଷରୁ ସୂଚନା ମିଳିଛି । ଏ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟକୁ ସୂଚନା ପ୍ରଦାନ କରାଯାଇଛି । ଅର୍ନ୍ତଜାତୀୟ ନୌବାଣଜ୍ୟିକ ଆଇନ୍ ୧୯୮୧ ଅନୁଯାୟୀ ଏହି ଦୁଇ ମାଛଧରା ବୋଟ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଦୁଇ ମାଛଧରା ବୋଟର ସମସ୍ତ କର୍ମଚାରୀ ସୁସ୍ଥ ଥିବା ଜଣାପଡିଛି । ପାରାଦୀପରେ ପହଞ୍ଚିବା ପରେ ସମସ୍ତ ମତ୍ସଜୀବୀଙ୍କୁ ପାରାଦୀପ ମେରାଇନ୍ ପୁଲିସ୍‌କୁ ହସ୍ତାନ୍ତର କରାଯିବ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
clear sky
39.4 ° C
39.4 °
39.4 °
12 %
3.6kmh
1 %
Sun
40 °
Mon
40 °
Tue
40 °
Wed
41 °
Thu
40 °

ସମ୍ବନ୍ଧିତ