Tuesday, March 31, 2026
38.2 C
Odisha

    ବାଂଲାଦେଶ ସଙ୍କଟରେ ଆମେରିକାର ସମ୍ପୃକ୍ତିକୁ ଅସ୍ବୀକାର କଲେ ଟ୍ରମ୍ପ: ବାଂଲାଦେଶ କଥା ମୋଦୀ ବୁଝିବେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକରେ  ଟ୍ରମ୍ପ ବାଂଲାଦେଶ ସଙ୍କଟ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ବାଂଲାଦେଶ ସଙ୍କଟରେ ଆମେରିକା କିମ୍ବା ଏହାର ‘ଡିପ୍‌ଷ୍ଟେଟ୍‌’ର କିଛି ସମ୍ପୃକ୍ତି କିମ୍ବା ଭୂମିକା ନାହିଁ। ବାଂଲାଦେଶ ସଙ୍କଟରେ ଆମେରିକାର ଭୂମିକା ସଂକ୍ରାନ୍ତରେ ଟ୍ରମ୍ପ କହିଛନ୍ତି, ଆମ ରାଷ୍ଟ୍ରର ଏଥିରେ କୌଣସି ଭୂମିକା ନାହିଁ।ଉକ୍ତ ପ୍ରସଙ୍ଗକୁ ଭାରତ ଦୀର୍ଘ ବର୍ଷ ଧରି ମୁକାବିଲା କରୁଛି। ଟ୍ରମ୍ପ ଏହାପରେ କହିଥିଲେ ଯେ ମୁଁ ମୋଦୀଙ୍କୁ ବାଂଲାଦେଶ ପ୍ରସଙ୍ଗ ଛାଡ଼ିଦେଉଛି। ମୋଦୀ ବାଂଲାଦେଶ ମାମଲା ବୁଝିବେ।   ବାଂଲା‌ଦେଶରେ ନିକଟରେ ଘଟିଥିବା ଘଟଣା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଟ୍ରମ୍ପଙ୍କୁ ଅବଗତ କରାଇବା ସହ ଚିନ୍ତା ପ୍ରକଟ ମଧ୍ୟ କରିଥିଲେ। ଏହି ମାମଲାରେ ଭାରତର ନିଷ୍ପତ୍ତି ନେଇ ପୂର୍ଣ୍ଣ ସମର୍ଥନ ରହିବ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    20 %
    3.1kmh
    0 %
    Tue
    38 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ