Thursday, April 2, 2026
28.9 C
Odisha

    ବାଘମାରୀରେ ନାବାଳିକାଙ୍କୁ ଅପହରଣ ଏବଂ ଗଣଦୁଷ୍କର୍ମ ଘଟଣା ହୃଦୟବିଦାରକ : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଖୋର୍ଦ୍ଧା ବାଘମାରୀରେ ନାବାଳିକାଙ୍କୁ ଅପହରଣ ଏବଂ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ ହୃଦୟବିଦାରକ ।  ସେହିପରି ଭଦ୍ରକ ଅରଞ୍ଜିରେ ମା’ର ମୃତ୍ୟୁ ପରେ କିସ୍ତି ଟଙ୍କା ପାଇଁ ଜଣେ ଯୁବତୀଙ୍କୁ ଗାଁ ଦାଣ୍ଡରେ ଏସଏଚଜିର ମହିଳାମାନେ ନିସ୍ତୁକ ମାଡ଼ ମାରିବା ପରି ଘଟଣା ସଭ୍ୟ ସମାଜରେ କଦାପି ଗ୍ରହଣୀୟ ନୁହେଁ  ।  ଏହା କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

    ବିଜୁ ଜନତା ଦଳର ସରକାର ସମୟରେ ମିଶନ ଶକ୍ତି ଜରିଆରେ ମା’ମାନେ ସଫଳତାର ସିଡ଼ି ଚଢୁଥିଲେ, ନିଜର ପରିଚୟ ସୃଷ୍ଟି କରୁଥିଲେ। ବିଜେପି ସରକାରରେ ମା’ମାନେ ସବୁଠୁ ଅସୁରକ୍ଷିତ ହୋଇପଡିଛନ୍ତି। ବିକାଶ ଠପ୍ ହୋଇଛି। ଦିନକୁ ଦିନ ଓଡ଼ିଶାରେ ମହିଳାମାନଙ୍କ ଉପରେ ବଢ଼ୁଥିବା ଅତ୍ୟାଚାର ଏବଂ ଦୁଷ୍କର୍ମ ପରି ଘଟଣା ସମସ୍ତଙ୍କୁ ବିଚଳିତ କରିଦେଉଛି ବୋଲି ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସରକାର ନିଦରୁ ଉଠନ୍ତୁ, ଦୋଷୀଙ୍କ ବିରୋଧରେ ତୁରନ୍ତ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ନବୀନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.9 ° C
    28.9 °
    28.9 °
    45 %
    2.2kmh
    81 %
    Thu
    29 °
    Fri
    40 °
    Sat
    38 °
    Sun
    36 °
    Mon
    39 °

    ସମ୍ବନ୍ଧିତ