Tuesday, September 29, 2026
28.1 C
Odisha

    ବାଘ ଛାଲ ଜବତ, ୮ ଗିରଫ

    ଆଗକୁ ପଢନ୍ତୁ

    ରାୟଗଡା : ବାଘ ଛାଲ ଜବତ, ୮ ଗିରଫ । ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳ ଅଧିନରେ ଥିବା ରିବଲକଣାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଗୋଟିଏ ଚିତା ବାଘ ଛାଲକୁ ଏକ ଘରେ ମୁଲଚାଲ କରୁଥିବା ବେଳେ ବନ ବିଭାଗର ରେଞ୍ଜର ସଚ୍ଚିଦାନନ୍ଦ ପରିଡା ଓ ଫରେଷ୍ଟର ଶିବପ୍ରସାଦ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ମାଡି ବସିଥିଲା।

    ଏହି ଘଟଣାରେ ପୋଲିସ କଳାହାଣ୍ଡି ଜିଲ୍ଲାର ୩ଜଣ ଓ ରାୟଗଡା ଜିଲ୍ଲାର ୫ଜଣଙ୍କୁ ଗିରଫ କରିବା ସହ ୩ଟି ବାଇକ୍ ଓ ମୋବାଇଲ୍ ଜବତ କରିଛି । କୌଣସି ସୂତ୍ରରୁ ଖବର ପାଇଁ ଆଜି ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ବେଲକଣା ଗାଁରେ ଥିବା ଏକ ଘରେ ଚଢାଉ କରିଥିଲା । ଗିରଫ୍ ଅଭିଯୁକ୍ତଙ୍କୁ ଆଜି ଅଧିକ ପଚରାଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    70 %
    1.9kmh
    54 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ