Thursday, May 8, 2025
25.6 C
Odisha

    ବାଜିଲା ଏୟାର ରେଡ ୱାର୍ଣ୍ଣିଂ ସାଇରନ, ରାଜଧାନୀରେ ୪ଟାରୁ ୪ଟା ୩୦ ଯାଏ ମକଡ୍ରିଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :   ବାଜିଲା ଏୟାର ରେଡ ୱାର୍ଣ୍ଣିଂ ସାଇରନ ।  ପୁରୀ ସମେତ ରାଜ୍ୟର ୧୨ ସିଭିଲ ଡିଫେନସ ଜିଲ୍ଲାରେ ମକଡ୍ରିଲ ।   ସାଇରନ ବାଜିଲେ ପକ୍କା ଘରେ ନିଜକୁ ରଖିବା ପାଇଁ ସମସ୍ତଙ୍କୁ ନିବେଦନ କରାଯିବ ।  ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ମକଡ୍ରିଲ ।  ଶତ୍ରୁବିମାନ ଆକ୍ରମଣ କଲେ କିଭଳି ପ୍ରସ୍ତୁତ ରହିବାକୁ ହେବ ଜଣାଇ ଦିଆଯିବ । ରାଜଧାନୀରେ ୪ଟାରୁ ୪ଟା ୩୦ ଯାଏ ମକଡ୍ରିଲ କରାଯିବ । ମକଡ୍ରିଲ ବେଳେ ବନ୍ଦ ହେବନି ଜରୁରୀକାଳୀନ ସେବା । ଆଜି ସାରାଦେଶରେ ୨୫୯ ସିଭିଲ ଲାଇନ ଡିଫେନସ ଜିଲ୍ଲାରେ ମକ ଡ୍ରିଲ ।

    ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କ ଆତ୍ମରକ୍ଷାକୁ ଗୁରୁତ୍ବ ଦିଆଯାଇଛି । କୌଣସି ପରିସ୍ଥିତିରେ ଶତ୍ରୁପକ୍ଷ ଆକ୍ରମଣରୁ ଜୀବନ ରକ୍ଷା ଲାଗି ଭାରତ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛି ।  ସପ୍ତାହେ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପର୍ଯ୍ୟାୟ କ୍ରମରେ ଏହି ମକ୍‌ଡ୍ରିଲ୍‌ କରାଯିବ । ଏହି ମକ୍‌ ଡ୍ରିଲ୍‌ରେ ଓଡ଼ିଶାର ୧୨ଟି ଜିଲ୍ଲା ମଧ୍ୟ ସାମିଲ କରାଯାଇଛି, ଯେଉଁଥିରେ ଭୁବନେଶ୍ବର ମଧ୍ୟ ସାମିଲ ରହିଛି ।

    ଭୁବନେଶ୍ଵର ଠାରେ ଆଜି ସିଭିଲ ଡିଫେନ୍ସ ମକ୍ ମକ୍ ଡ୍ରିଲ ଅପରାହ୍ନ ୪.୦୦ ଘଟିକା ଏ ଏବଂ ୪.୩୦ ଘଟିକା ମଧ୍ୟରେ (ରାଜମହଲ ଛକଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଅଞ୍ଚଳରେ) ଅନୁଷ୍ଠିତ ହେବ ହେବ । ଏହି ଅଭ୍ୟାସ ଦ୍ବାରା ସିଭିଲ୍ ଡିଫେନ୍ସ ଓ ଅନ୍ୟ ଉପସ୍ଥିତ କର୍ତ୍ତୃପକ୍ଷଙ୍କ ପ୍ରସ୍ତୁତିକୁ ପରୀକ୍ଷା କରାଯିବ । ଏହା ଏକ ବିମାନ ଆକ୍ରମଣ ସଜାଗତା ଓ ଏଥିରେ ସାଇରନ ମାଧ୍ୟମରେ ଅଞ୍ଚଳବାସୀଙ୍କୁ ସତର୍କ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.6 ° C
    25.6 °
    25.6 °
    60 %
    1.2kmh
    79 %
    Thu
    39 °
    Fri
    40 °
    Sat
    41 °
    Sun
    40 °
    Mon
    38 °

    ସମ୍ବନ୍ଧିତ